fbpx

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଘଟଣାରେ ପୋଲିସର ପଚରାଉଚୁରା ଜାରି

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବହୁ ସମୟରେ ବିଭିନ୍ନ ଅଘଟଣମାନ ସାମ୍ନାକୁ ଆସିଛି । କେତେବେଳେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବାକ୍ ବିତଣ୍ଡାରୁ ଗଣ୍ଡଗୋଳ ପୁଣି କେତେବେଳେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳର ଚିତ୍ର ଦେଖିବାକୁ ମିଳିଛି । ବହୁ ସମୟରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଜଗନ୍ନାଥଙ୍କୁ ଉପବାସ ବି ରହିବାକୁ ପଡିଛି । ଆଜି ପୁଣି ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରେ ଘଟିଛି ଅଘଟଣ ।

ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ଘଟି ଗର୍ଭଗୃହରେ ପଡିଛି ରକ୍ତଛିଟା । ମନ୍ଦିରର ପସରାଉଠା କର୍ମଚାରୀ ଓ ଅନ୍ୟ ଜଣେ ସେବାୟତଙ୍କ ମଧ୍ୟରେ ଘଟିଥିଲା ଏହି ମାରପିଟ୍ । ମାରପିଟ୍ ରକ୍ତାକ୍ତ ରୂପ ନେଇଥିଲା । ଫଳରେ ଗର୍ଭଗୃହରେ ପଡିଥିଲା ରକ୍ତଛିଟା । ଏହି କାରଣରୁ ଗର୍ଭଗୃହକୁ ଶୁଦ୍ଧ କରାଯିବା ସହ ମହାପ୍ରଭୂଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏବେ ଉଭୟ ସେବାୟତଙ୍କୁ ସିଂହଦ୍ୱାର ପୋଲିସର ପଚରାଉଚୁରା ଜାରି ରହିଛି ।

Get real time updates directly on you device, subscribe now.