କିଏ କରିଛି ଏଭଳି ନୃଶଂସ କାମ; ଟ୍ରେନ୍ ‘କପଲର’ରୁ ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ନବଜାତ ଶିଶୁର ମୃତଦେହ
ରେଲୱେ ଷ୍ଟେସନ ପାଖରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ନୂଆଦିଲ୍ଲୀ: ଟ୍ରେନର ଦୁଇ ବଗିକୁ ଯୋଡୁଥିବା ‘କପଲର’ରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପୋଲିସ ସୋମବାର ଦିନ ଏହି ସୂଚନା ଦେଇଛି। ଶିଶୁର ଶରୀର ରକ୍ତରେ ଜୁଡୁବୁଡୁ ଥିଲା।
ହେଲେ ଶିଶୁର ଶରୀରରେ କୌଣସି ଆଘାତ କି କ୍ଷତ ହୋଇନାହିଁ। ଏପରି ଜଣାପଡୁଛି ଯେ, ନବଜାତ ଶିଶୁକୁ କିଏ ଜନ୍ମ କରି ଫୋପାଡି ଦେଇଛି।
କପଲରରେ ଉଦ୍ଧାର ହେଲା ମୃତଦେହ: ପୋଲିସ ଅଧିକାରୀ କହିଛନ୍ତି ଯେ, ଏହା ନୂଆଦିଲ୍ଲୀ ରେଲୱେ ଷ୍ଟେସନ ପାଖରେ ରାଜଧାନୀ କମ୍ପେ୍ଲକ୍ସରେ ଛିଡା ହୋଇଥିବା ଟ୍ରେନର ଦୁଇ ବଗିକୁ ସଂଯୋଗ କରୁଥିବା କପଲର ରେ ଏହି ମୃତଦେହ ଉଦ୍ଧାର ହୋଇଛି।
ଏହାପରେ ସଙ୍ଗେ ସଙ୍ଗେ ଆଉପିଏଫଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଶିଶୁର ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ଏଠାରେ ଚିକିତ୍ସକ ମୃତ ଘୋଷଣା କରିଛନ୍ତି।