fbpx

(video)ପାକ୍ ରେ ରକ୍ତାକ୍ତ ; ଗିରଫ ବେଳେ ଇମ୍ରାନଙ୍କ ସହ ସମର୍ଥକଙ୍କ ହିଂସାତ୍ମକ ସଂଘର୍ଷ, ପୋଲିସ ଓ ପିଟିଆଇ କର୍ମଚାରୀ ଆହତ

ନୂଆଦିଲ୍ଲୀ : ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଆସିଥିବା ଇସଲାମାବାଦ ପୋଲିସ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଇମ୍ରାନ ଖାନଙ୍କ ପିଟିଆଇ କର୍ମଚାରୀମାନେ ପୋଲିସ ଦଳରେ ପଥର ଫିଙ୍ଗିଥିଲେ। ଏହା ପରେ ପୋଲିସ ଲାଠି ଚାର୍ଜ କରି ଲୁହବୁହା ଗ୍ୟାସ ସେଲ ଛାଡି ଦେଇଥିଲା। ହିଂସାତ୍ମକ ସଂଘର୍ଷରେ ଇସଲାମାବାଦର ଡିଜିଙ୍କ ସମେତ ଅନେକ ପୋଲିସ ଓ ପିଟିଆଇ କର୍ମଚାରୀ ଆହତ ହୋଇଛନ୍ତି।

ଇମ୍ରାନ ଖାନ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ପୋଲିସ ଆମକୁ ଟାର୍ଗେଟ କରିଛି । ପୋଲିସ ଏଭଳି ପଦକ୍ଷେପ ଅର୍ଥହୀନ । ୧୮ ତାରିଖ ମୋର ଜାମିନ ଥିଲା, ସେତେବେଳେ ପର୍ଯ୍ୟନ୍ତ ପୋଲି ଅପେକ୍ଷା ନକରି କାର୍ହିକି ଏଭଳି ପଦକ୍ଷେପ ନେଲା ।

ଇମ୍ରାନ ଖାନ ତାଙ୍କ ସମ୍ଭାବ୍ୟ ଗିରଫ ପୂର୍ବରୁ ଆଗୁଆ ଜାମିନ ଆବେଦନ କରିଥିଲେ , ଯାହା ତାଙ୍କୁ ୧୮ ତାରିଖରେ ମିଳିବାର ଥିଲା । ସେ କହିଛନ୍ତି ଯେ, ” ମୁଁ ଲାହୋର ହାଇକୋର୍ଟରେ ଏକ ପ୍ରତିଶ୍ରୁତି ଦେଇଛି ଯେ ମୁଁ ୧୮ ତାରିଖ ଦିନ କୋର୍ଟରେ ହାଜର ହେବି। କିନ୍ତୁ ଏହାକୁ ସେମାନେ ଗ୍ରହଣ କରିପାରିଲେ ନାହିଁ।”

ଇମ୍ରାନ ଖାନ ତାଙ୍କ ଭିଡିଓରେ କହିଛନ୍ତି ଯେ ପୋଲିସ ମୋତେ ଜେଲରେ ରଖିବାକୁ ଚାହାଁନ୍ତି । ସେମାନେ ଭାବୁଛନ୍ତି ଯେ ଇମ୍ରାନ ଖାନ ଜେଲ ଯିବାବେଳେ ଶୋଇ ରହିବେ । ପୋଲିସମାନଙ୍କୁ ଭଗାିବା ପାଇଁ ଖାନ ତାଙ୍କ ସମର୍ଥକଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ , କୋର୍ଟଙ୍କ ନିର୍ଦ୍ଦେଶରେ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦରୁ ପୋଲିସ ଟିମ୍ ତାଙ୍କ ଲାହୋର ବାସଭବନରେ ପହଞ୍ଚିବା ମାତ୍ରେ ଇମ୍ରାନ ଖାନଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ପୋଲିସ ଦଳ ସହ ସଂଘର୍ଷ ଆରମ୍ଭ କରିଥିଲେ। ଏହି ସମୟରେ, ଇମ୍ରାନ ଖାନ ତାଙ୍କ ସମର୍ଥକଙ୍କୁ ଆଇନର ସର୍ବୋଚ୍ଚତା ପାଇଁ ଠିଆ ହେବାକୁ ଏବଂ ପ୍ରକୃତ ସ୍ୱାଧୀନତା ପାଇଁ ଲଢିବାକୁ ଆହ୍ୱନ ଦେଇଛନ୍ତି।

Get real time updates directly on you device, subscribe now.