ବିଏମସି ନିଷ୍ପତ୍ତି: ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ

ଭୁବନେଶ୍ୱର: ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି, ଯାହାକୁ ନେଇ ଜନଜୀବନ ହନ୍ତସନ୍ତ ହେବାରେ ଲାଗିଲେଣି । ଏହାରି ମଧ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ବିଏମସି ପ୍ରସ୍ତୁତି ବୈଠକ କରିଛି । ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରହିବ ।

ଏହା ସହ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ । ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଯିବ । ସେହିପରି ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବ ।

ତେବେ ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭ ଡିଗ୍ରୀ ରହିଥିଲା । ସେହିପରି ଝାରସୁଗୁଡ଼ା ୩୬.୪, ହୀରାକୁଦ ୩୬.୨ ଏବଂ ଭୁବନେଶ୍ବର ୩୫ ଡିଗ୍ରୀ ତାପମାତ୍ରା ହୋଇଛି ।

ଯଦି ଦେଖିବା ଗତକାଲି ମଧ୍ୟ ରାଜ୍ୟର ୧୦ ସହରରେ ତାପମାତ୍ରା 30 ଡିଗ୍ରୀ ପାର କରିଛି । ବୌଦ୍ଧରେ ସର୍ବାଧିକ ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗିରରେ ୩୮.୧, ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।