fbpx

ପାର୍ବଣରେ ହୋଇଯାଆନ୍ତୁ ସାବଧାନ ନଚେତ ଆପଣଙ୍କ ଖାଦ୍ୟ ଦୋକାନରେ ହେବ ବିଏମସିର ଚଢ଼ାଉ

ଓଡିଶା ଭାସ୍କର; ପାର୍ବଣକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର । ଯାହାକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହା ସହ ଖାଦ୍ୟର ପସରା ବି ମଧ୍ୟ ବେଶ୍ ଜମୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଚଢ଼ାଉ ଜାରି ରଖିଛି ବିଏମସି । ତେବେ ଆଜି ଅନେକ ଦୋକାନ ମାନଙ୍କରେ ମଧ୍ୟ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଖାଦ୍ୟ ଦୋକାନର ମାନ ଯାଞ୍ଚ ନେଇ ବିଭିନ୍ନ ସ୍ଥାନରେ ବିଏମ୍‌ସିର ଫୁଡ୍ ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଏହି ଚଢାଉ କରାଯାଇଛି। ଚଢାଉ ସମୟରେ ୧ କ୍ଵିଣ୍ଟାଲରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଥିବା ସୂଚନା ରହିଛି । ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ୮୦ରୁ ୯୦ ଖାଦ୍ୟ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଅସ୍ୱାସ୍ଥ୍ୟକର ଖାଦ୍ୟକୁ ନଷ୍ଟ କରାଯାଇଛି। ଯାହାର ପରିମାଣ ୬୦ରୁ ୭୦କେଜି ହେବ ବୋଲି ଅନୁମାନ କରାଯାଇଛି । ବିଶେଷ କରି ଏହି ପାର୍ବଣ ସମୟରେ ଖାଦ୍ୟ ଦୋକାନର ମାନ ଯାଞ୍ଚ ନେଇ ଜୋରଦାର ଚଢ଼ାଉ କରାଯିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.