fbpx

ବିଏମସି ନୂଆ ଗାଇଡ଼ଲାଇନ: ବାହାରେ ଢ଼ାଳିଲେ, ବାହାରେ ଜାଳିଲେ; ଦେବାକୁ ପଡିବ ଜୋରିମାନା

ଭୁବନେଶ୍ୱର:ରାଜଧାନୀକୁ ସରସ ସୁନ୍ଦର କରିବା ପାଇଁ ବିଏମସି ଅଣ୍ଟା ଭିଡିଛି। କାରଣ ଆଜିକାଲି ଆବର୍ଜନା ସଂଖ୍ୟା  ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ମଧ୍ୟ ଏହାକୁ ନେଇ ସଚେତନ ହେଉ ନାହାନ୍ତି, ଯେଉଁଠାରେ ପାରୁଛନ୍ତି ସେଠାରେ କୁଢ଼ା ଗଦା କରୁଛନ୍ତି ଆଉ ଜାଳୁଛନ୍ତି । ଯାହା ଏବେ ବିଏମସି ପାଇଁ ମୁଣ୍ଡବିନ୍ଦାର କାରଣ ପାଲଟିଛି । କେଉଁ ପରିମାଣର ଆବର୍ଜନା ବାହାରୁଛି ତାହାକୁ ନେଇ ଏବେ ଘରେ ଘରେ ବୁଲି ବିଏମସି ସର୍ବେକ୍ଷଣ ଆରମ୍ଭ କରିଛି । ପ୍ରତ୍ୟକ ଦିନ କେତେ ପରିମାଣର ଆର୍ବଜନା ବାହାରୁଛି ତାହାକୁ ଓଜନ କରାଯାଉଛି । ତେବେ ବିଏମସି କେବଳ ଆବର୍ଜନା ସର୍ବେକ୍ଷଣ ନୁହେଁ ବରଂ ବାହାରେ ଆବର୍ଜନା ପକାଇବା, ଜାଳିବାକୁ ନେଇ ମଧ୍ୟ ଏସଓପି ଜାରି କରିଛି । ଆଉ ଏହି ଏସଓପି ଯେଉଁମାନେ ପାଳନ କରୁ ନାହାନ୍ତି ତାଙ୍କ ପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ରହିଛି ।

ସରକାରୀ ସୂଚନା ଅନୁସାରେ ପ୍ରତିଦିନ ଜଣେ ବ୍ୟକ୍ତିଙ୍କ ପାଖରୁ ୩୫୦ ଗ୍ରାମ ଆବର୍ଜନା ବାହାରିବା ଆବଶ୍ୟକ ।୨୦୧୧ ଜନ ଗଣନା ଆଉ ସଫେଇ ଟେଣ୍ଡରରେ ମଧ୍ୟ ସମାନ ଅନୁମାନ ଲଗାଯାଇଛି । କିନ୍ତୁ ୨୦୧୪ରେ ସହରର ଜନସଂଖ୍ୟା ହିସାବରେ ଆବର୍ଜନା ଆକଳନ କରାଯାଇଥିଲା ତାହା ଅନୁସାରେ ପ୍ରତ୍ୟେକ ଦିନ ୫ଶହ ଟନ ଆବର୍ଜନା ବାହାରୁଛି । ସେହି ହିସାବରେ ଏମସିସି ପ୍ରସ୍ତୁତ କରାଯାଇଛି । ହକି ସମୟରେ ମଧ୍ୟ ଅଧିକ ଆବର୍ଜନା ବୃଦ୍ଧି ପାଇଛି ।

ତେଣୁ ଏବେ ପ୍ରତିଦିନ ଆବର୍ଜନା ପରିମାଣ ବଢ଼ିବାରେ ଲାଗିଛି । ଯାହାର ଆକଳନ ପାଇଁ ଏବେ ବିଏମସି ଯୋଜନା କରୁଛି । ଘର ଘର ବୁଲି ଅଳିଆର ପରିମାଣ ଆଳକନ ହେଉଛି। ଅନ୍ୟପଟେ ଅଳିଆକୁ ଖୋଲାରେ ଜାଳିଲେ୧୦ ହଜାର ରାଶି ଜୋରିମାନା ଧାର୍ଯ୍ୟ କରାଯାଇଛି। ଏହା ସହ ବାହାରରେ ନିର୍ମାଣ ଅଳିଆ ପକାଇଲେ ୧୦ ହଜାର ଆଉ ସବୁଜ ଅଳିଆ ପକାଇଲେ ୫ ହଜାର ରାଶି ଜୋରିମାନା ରଖାଯାଇଛି । ସେହିଭଳି ମେଡିକାଲ ଆବର୍ଜନା ଏଣେ ତେଣେ ପକାଇଲେ ୧ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.