fbpx

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସିର ଚଢ଼ାଉ; ବିପୁଳ ପରିମାଣର ବାସି-ରଙ୍ଗ ମିଶା ଖାଦ୍ୟ ନଷ୍ଟ କଲା ଟିମ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସିର ଚଢ଼ାଉ କରିଛି । ବିଭିନ୍ନ ଫାଷ୍ଟଫୁଡ୍ ଦୋକାନରେ ଯାଞ୍ଚ କରୁଛନ୍ତି ଫୁଡ୍ ସେଫ୍ଟି କମିଶନର୍‌ । ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ କରାଯାଉଛି ଚଢ଼ାଉ । ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ହେଉଛି ରେଡ୍ । ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ କଲାଣି ଫୁଡ୍ ସେଫ୍ଟି ଟିମ୍ ।

ସେପଟେ ସନ୍ଧ୍ୟା ହେଲେ ରାଜଧାନୀର ବିଭିନ୍ନ ରାସ୍ତାରେ ବି ଅସମ୍ଭବ ଟ୍ରାଫିକ୍ ସମସ୍ୟା ଦେଖାଯିବା ସାଙ୍ଗକୁ ବିଭିନ୍ନ ଛକରେ ଟ୍ରାଫିକ୍ ଜାମ୍‌ ସୃ‌ଷ୍ଟି ହେବାର ଦେଖିବାକୁ ମିଳୁଛି । ମନେ ହେଉଛି, ଯେମିତି ସହରର ସବୁ ଲୋକ ରାସ୍ତା ଉପରକୁ ବାହାରି ଆସୁଛନ୍ତି । ରବିଟକିଜ୍ ଠାରୁ ରସୁଲଗଡ଼, ସବୁଠୁ ଅଧିକ ଭିଡ଼ କେବଳ ଏହି ରାସ୍ତା ନୁହେଁ, ବା‌ଣୀବିହାରରୁ ଶିଶୁ ଭବନ,‌ ଜୟଦେବ ବିହାରରୁ ପଟିଆ, ବରମୁଣ୍ଡାରୁ ପଳାଶୁଣୀ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଆଦି ରାସ୍ତାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ‌

ଭିଡର ସୁଯୋଗ ନେଇ ଏପରି ଅପ ମିଶ୍ରଣ କରାଯାଉଥିବା ଅଭିଯୋଗ ଆସିବା ପରେ ତତ୍ପର ହୋଇ ଉଠିଛା ବିଏମ୍‌ସି । ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ କରାଯିବା ପରେ ଖାଦ୍ୟର ମାନ ପରଖୁଛି ଫୁଡ୍ ସେଫ୍ଟି ଟିମ୍ । ଯେପରି କେହି ଦୋକାନୀ ଏପରି ଅପ ମିଶ୍ରଣ ଓ ବାସି ଖାଦ୍ୟ ଲୋକଙ୍କୁ ନଦେଇ ପାରିବେ ସେଉପରେ ନଜର ରଖିଛି ଫୁଡ୍ ସେଫ୍ଟି ଟିମ୍ ।

Get real time updates directly on you device, subscribe now.