fbpx

ପଶୁପାଳନ ବିଭାଗରେ ୭୦୦୦ରୁ ଅଧିକ ଚାକିରି: ୧୦ମ ପାସ୍ କରିପାରିବେ ଆବେଦନ

ଭାରତୀୟ ପଶୁପାଳନ ନିଗମ ଲିମିଟେଡ ରେ ଟ୍ରେନିଙ୍ଗ କଣ୍ଟ୍ରୋଲ ଇନଚାର୍ଜ ସହ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆଶୟୀ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆଶାୟୀ ୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସମୁଦାୟ ୭୮୭୫ ପଦବୀ ପାଇଁ ନିଯୁକ୍ତି ରହିଛି । ଭାରତୀୟ ପଶୁପାଳନ ନିଗମ ଲିମିଟେଡ ତରଫରୁ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ ଏହି ଭର୍ତ୍ତି ପାଇଁ ୨୧ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ । ସେହିଭଳି ସଂରକ୍ଷିତ ବର୍ଗଙ୍କ ପାଇଁ ବୟସରେ ଛାଡ଼ ମଧ୍ୟ ରହିଛି ।

ଏହି ସବୁ ପଦବୀ ପାଇଁ ଆବେଦନ:

ଟ୍ରେନିଙ୍ଗ କଣ୍ଟ୍ରୋଲ ଅଫିସର-୭୫
ଟ୍ରେନିଙ୍ଗ ଇନଚାର୍ଜ- ୬୦୦
ଟ୍ରେନିଙ୍ଗ୍ କୋଅର୍ଡିନେଟର-୧୨୦୦
ଟ୍ରେନିଙ୍ଗ ଆସିଷ୍ଟାଣ୍ଟ-୬୦୦୦

ଏମିତି ରହିବ ଦରମା:

ଟ୍ରେନିଙ୍ଗ କଣ୍ଟ୍ରୋଲ ଅଫିସର-୨୧୭୦୦
ଟ୍ରେନିଙ୍ଗ ଇନଚାର୍ଜ-୧୮୫୦୦
ଟ୍ରେନିଙ୍ଗ୍ କୋଅର୍ଡିନେଟ-୧୫୬୦୦
ଟ୍ରେନିଙ୍ଗ ଆସିଷ୍ଟାଣ୍ଟ-୧୨୮୦୦

ଯୋଗ୍ୟତା:

ଟ୍ରେନିଙ୍ଗ କଣ୍ଟ୍ରୋଲ ଅଫିସର ପଦରେ ଆବେଦନ କରିବା ପାଇଁ କୌଣସି ବିଷୟରେ ପିଜି କରିଥିବା ଆବଶ୍ୟକ । ଏହା ସହ ପଶୁପାଳନ, କୃଷି କ୍ଷେତ୍ରରେ ଡେରୀ ଫାର୍ମ, ଛେଳି ଫାର୍ମ, କଡ଼କନାଥ ପୋଲ୍ଟ୍ରି ଫାର୍ମ/ କୁକୁଡ଼ା ଫାର୍ମ ପ୍ରଶିକ୍ଷଣ କାର୍ଯ୍ୟ ରେ ଅନୁଭବ ରଖିଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ ।

ଟ୍ରେନିଙ୍ଗ ଇନଚାର୍ଜ- କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଆବଶ୍ୟକ । କୌଶଳ ବିକାଶ ପ୍ରଶିକ୍ଷଣରେ ପ୍ରବେଶ ଦେଉଥିବା କାର୍ଯ୍ୟରେ ଅନୁଭବ ଥିବା ଆଶାୟୀଙ୍କୁ ପ୍ରାଥମିକତା ଦିଆଯିବ ।

ଟ୍ରେନିଙ୍ଗ୍ କୋଅର୍ଡିନେଟର- ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୨ ପାସ୍ ହୋଇଥିବା ଆବଶ୍ୟକ ।

ଟ୍ରେନିଙ୍ଗ ଆସିଷ୍ଟାଣ୍ଟ- ୧୦ମ ପାସ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.