fbpx

Cape Verde ଦ୍ୱୀପ ନିକଟରେ ବୁଡ଼ିଲା ଡଙ୍ଗା: ୬୩ ମୃତ, ୩୮ ଜଣଙ୍କୁ କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଉପକୂଳରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବ।।ର ଦିନ ଏହି ସୂଚନା ଦେଇଛି ।

ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବାର କହିଛି ଯେ, ପଶ୍ଚିମ ଆଫ୍ରିକାର କେପ୍ ଭର୍ଡେ ଦ୍ୱୀପପୁଞ୍ଜ ନିକଟରେ ସେନେଗାଲରୁ ଏକ ପ୍ରବାସୀ ଡଙ୍ଗା ମିଳିବା ପରେ ଜଣାପଡିଛି ଯେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

ଆଇଓଏମ୍ ମୁଖପାତ୍ର ସଫା ମାସେହଲି କହିଛନ୍ତି ଯେ, ୬୩ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏଥି ସହିତ ୩୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏଥିମଧ୍ୟରେ ୧୨ ରୁ ୧୬ ବର୍ଷ ବୟସର ଚାରି ପିଲା ସାମିଲ  । ପୋଲିସ କହିଛି କି, ମାଛଧରା ଡଙ୍ଗା ଯାହାକୁ ପିରୋଗ ନାମରେ ଜଣାଯାଉଥିଲା, ସେହି ଡଙ୍ଗାଟିକୁ ସୋମବାର ଦିନ ସାଲର କେପ୍ ଭର୍ଡେନ୍ ଦ୍ୱୀପଠାରୁ ପ୍ରାୟ ୧୫୦ ମିଲ୍ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିଥିଲା ।

ଜରୁରୀକାଳୀନ ସେବା ସାତ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଅନ୍ୟ ୫୬ ଜଣ ନିଖୋଜ ଥିବା ତାଲିକାଭୁକ୍ତ ହୋଇଛି । ସେ କହିଛନ୍ତି ଯେ ସାଧାରଣତଃ ଯେତେବେଳେ ଜାହାଜ ବୁଡ଼ିଯିବା ପରେ ଲୋକମାନେ ନିଖୋଜ ହୋଇଥିବାର ଖବର ମିଳିଥାଏ, ସେତେବେଳେ ସେମାନେ ମୃତ ବୋଲି ଅନୁମାନ କରାଯାଏ ।

Get real time updates directly on you device, subscribe now.