ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଖକୁ ଜରୁରୀ ମେସେଜ୍ ଆସିଥାଏ । ମାତ୍ର ବେଳେବେଳେ କିଛି ଗ୍ରାହକ ଏହାକୁ ଅଣଦେଖା କରିଦେଇଥାନ୍ତି । ତେବେ ଏହି ସାମାନ୍ୟ ଭୁଲ ପାଇଁ ପରବର୍ତ୍ତୀ ସମୟରେ ଗ୍ରାହକମାନେ ବଡ଼ ବଡ଼ ସମସ୍ୟାରେ ପଡ଼ି ଛଟପଟ ହୋଇଥାନ୍ତି । ତେବେ ଏହା ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ବିଓବି ପକ୍ଷରୁ ଜାରି ସୂଚନା ମୁତାବକ, ନିୟମ ନ ମାନିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ‘ନୋ ୟୋର କଷ୍ଟମର୍ସ’ (କେୱାଇସି) ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନେ ଯଥାଶୀଘ୍ର ଏହି ଜରୁୀ କାମ ସାରି ଦିଅନ୍ତୁ । କେୱାଇସି କାମ ନ ସାରିଲେ ଗ୍ରାହକମାନେ ଆଗକୁ ବହୁ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି । ଏପରିକି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନିଷ୍କ୍ରିୟ ହୋଇପାରେ ।
ତେବେ ବର୍ଦ୍ଧିତ ଫ୍ରଡ ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ସମସ୍ତ ବ୍ୟାଙ୍କକୁ ସେଣ୍ଟ୍ରାଲ କେୱାଇସି କରାଇବା ପାଇଁ ପରାମର୍ଶ ଦେଇଥାଏ । ତେଣୁ ଆସନ୍ତା ୨୪ ତାରିଖ ସୁଦ୍ଧା ବ୍ୟାଙ୍କ ଗ୍ରାହକମାନେ କେୱାଇସି କାମ ସାରିଦେବା ଜରୁରୀ । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ନୋଟିଓ ଦେଇ ଓ ଏସଏମଏସ ପଠାଇ ଏନେଇ ସାବଧାନ କରାଯାଉଛି । ଗ୍ରାହକମାନେ ନିଜର ବ୍ୟାଙ୍କ ଶାଖାକୁ ଯାଇ ସମସ୍ତ ଡକ୍ୟୁମେଣ୍ଟ ଜମା କରି ଏହି ପ୍ରକ୍ରିୟା ସମାପ୍ତ କରିପାରିବେ । ପୂର୍ବରୁ ଗ୍ରାହକଙ୍କୁ ଅଲଗା ଅଲଗା କାମ ପାଇଁ କେୱାଇସି କରିବାକୁ ପଡ଼ୁଥିଲା । ମାତ୍ର ଏବେ ସିକେୱାଇସି କରିବା ପରେ ଆଉ ବାରମ୍ବାର ବାରମ୍ବାର ଆବଶ୍ୟକ ହେଉ ନାହିଁ । ସିକେୱାଇ ଜରିଆରେ ବ୍ୟାଙ୍କମାନେ ନିଜର ଗ୍ରାହକଙ୍କ ଡାଟା ଡିଜିଟାଲ ଫର୍ମାଟରେ ନିଜ ପାଖରେ ସେଭ୍ କରି ରଖିଥାନ୍ତି ।