fbpx

ବଲିଉଡ଼ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍‌ ଶାହା ଅସୁସ୍ଥ, ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ମୁମ୍ବାଇ, (ଓଡ଼ିଶା ଭାସ୍କର) : ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍‌ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ରତ୍ନା ପାଠକ ସୂଚନା ଦେଇଛନ୍ତି । ତାଙ୍କ ଫୁସ୍‌ଫୁସ୍‌ ନିମୋନିଆରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି । ଏହାର ଯାଞ୍ଚ ପାଇଁ ଦୁଇ ଦିନେ ପୂର୍ବରୁ ତାଙ୍କୁ ହସ୍ପିଟାଲକକୁ ନିଆଯାଇଥିଲା । ତେବେ ତାଙ୍କୁ କରୋନା କିମ୍ବା ଅନ୍ୟ କୌଣସି ରୋଗ ହୋଇନାହିଁ ବୋଲି ତାଙ୍କ ପତ୍ନୀ କହିଛନ୍ତି ।

ସୂଚନାଯୋଗ୍ୟ, ତିନି ତିନି ଥର ରାଷ୍ଟ୍ରୀୟ ପୁରସ୍କାର ଜିତି ସାରିଥିବା ୭୦ ବର୍ଷୀୟ ନାସିରୁଦ୍ଦିନ ଶାହାଙ୍କୁ ମୁମ୍ବାଇ ଖାର ସ୍ଥିତି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ମଧ୍ୟ ଆସିଛି । ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ତାଙ୍କ ସେକ୍ରେଟାରୀ କହିଛନ୍ତି । ନାସିରୁଦ୍ଦିନ ଶାହା ୭୦ ଦଶକରୁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.