fbpx

ଅନୁଷ୍କାଙ୍କ ଆଉଟ୍ ଫିଟ୍ ସହିତ ଖେଳୁଥିବା ଦେଖିବାକୁ ମିଳିଲେ ରଣବୀର, ଦେଖନ୍ତୁ ଅଭିନେତାଙ୍କ କ୍ୟୁଟ୍ ଭିଡିଓ

ମୁମ୍ବାଇ, ୨୫ ।୪ (ଓଡିଶା ଭାସ୍କର): ରଣବୀର କପୁର ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠାରୁ କୁଲ୍ ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ରଣବୀର ନିଜ ଫିଜିକ୍ ପାଇଁ ଏତେଟା କେୟାର ହୋଇନଥିବା ବେଳେ ତାଙ୍କ କ୍ୟୁଟ୍ ନେସ୍, ଲୁକ୍ ଏବଂ ସେନ୍ସ ଅଫ୍ ହ୍ୟୁମର୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଅନ୍ୟ ଅଭିନେତାଙ୍କ ପରି ସେ ନିଜ ବଡିକୁ ଏତେ ଟା ଧ୍ୟାନ ଦିଅନ୍ତି ନାହିଁ । ହେଲେ ମଧ୍ୟ ସେ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି । ଫିଲ୍ମରେ ତାଙ୍କ ଅନ୍ଦାଜ୍ ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଖାଲି ସେତିକି ନୁହେଁ ସେ ତାଙ୍କ କୋ-ଆକ୍ଟରେସ୍ ମାନଙ୍କ ସହ ମଧ୍ୟ ବେଶ୍ ଭଲ ଭାବରେ ମିଶିଯାଆନ୍ତି । ତେବେ ଏବେ କିଛି ଦିନ ହେବ ତାଙ୍କର ଏକ କ୍ୟୁଟ୍ ଭିଡିଓ ସୋସିଆଲ ମିଡିୟାରେ ଭାଇରାଲ୍ ହେଉଛି । ସେଥିରେ ରଣବୀରଙ୍କ ସହ ଅଛନ୍ତି ଅନୁଷ୍କା ଶର୍ମା ।

 

View this post on Instagram

 

A post shared by Bollywood Access (@bollywoodaccess)

ଦୁହିଁଙ୍କର ଏକ ଭିଡିଓ ସମସ୍ତଙ୍କୁ ଖୁବ୍ ମନୋରଞ୍ଜନ କରୁଛି । ଆଉ ସେଥିରେ ଦୁହିଁଙ୍କର କେମେଷ୍ଟ୍ରି ବି ଦମଦାର ରହିଛି । ଦେଖିବାକୁ ମିଳିଛି ଯେ, ରଣବୀର, ଅନୁଷ୍କାଙ୍କ ଆଉଟଫିଟ୍ ସହ ଖେଳୁଛନ୍ତି, ଆଉ ଅନୁଷ୍କା ଏ ବିଷୟରେ ଜାଣିନାହାନ୍ତି । ଭିଡିଓକୁ ଦେଖିଲେ ଲାଗୁଛି ଯେମିତି ରଣବୀରଙ୍କ ଏହା ହେଉଛି ପୁରୁଣା ଅଭ୍ୟାସ । ବୋଧ ହୁଏ ତାଙ୍କୁ ସେପରି କରିବା ପାଇଁ ଭଲ ଲାଗେ । ଆଉ ଏହିସବୁ ସେ ଏକ ଇଣ୍ଟରଭିୟୁ ରେ କରୁଛନ୍ତି । କେତେବେଳେ ସେ ଅନୁଷ୍କାଙ୍କ ଲମ୍ବା ଗାଉନ୍ କୁ ଗଣ୍ଟି ପକାଉଛଉନ୍ତି ତ କେତେବେଳେ ତାଙ୍କ ଡ୍ରେସ୍ କୁ ରୋଲ୍ ରୋଲ୍ କରୁଛନ୍ତି । ତେବେ ଆପଣ ମାନଙ୍କୁ ମଧ୍ୟ ଭିଡିଓଟି ନିଶ୍ଚୟ ପସନ୍ଦ ଆସିବ ।

ତେବେ ଶେଷ ଥର ପାଇଁ ଅନୁଷ୍କା ଏବଂ ରଣବୀରଙ୍କୁ “ଏ ଦିଲ୍ ହେ ମୁସକିଲ୍” ଫିଲ୍ମରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଯୋଡିକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ । ଆଉ ଏହି ଫିଲ୍ମର ଏକ ଇନଟରଭିୟୁରେ ଅନୁଷ୍କା କହିଛନ୍ତି ଯେ, ରଣବୀର ତାଙ୍କ ସାମନାରେ ଗୋଟିଏ ଛୋଟ ଛୁଆପରି । ସୁଟିଂ ସମୟରେ ସେ ସବୁବେଳେ ଗୋଟିଏ ଛୁଆ ପରି ହରକତ କରନ୍ତି ।

Get real time updates directly on you device, subscribe now.