fbpx

ଡେଙ୍ଗୁର ଶୀକାର ହେଲେ ବଲିଉଡ ବିୟୁଟି କଙ୍ଗନା: ପ୍ରଡକ୍ସନ ହାଉସ ପକ୍ଷରୁ ସୂଚନା

ମୁମ୍ବାଇ: ଆଜିକାଲି ରାଜ୍ୟ ତଥା ଦେଶରେ ଡେଙ୍ଗୁ ଜ୍ୱର ବ୍ୟାପିବାର ଲାଗିଛି । ଅନେକ ଲୋକଙ୍କୁ ଏହି ଜ୍ୱର ହେଉଥିବା ବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଡେଙ୍ଗୁର ଶୀକାର ହୋଇଛନ୍ତି । ଏନେଇ କଙ୍ଗନାଙ୍କ ପ୍ରଡକ୍ସନ ହାଉସ୍ ସୂଚନା ଦେଇଛି ।

କଙ୍ଗନାଙ୍କ ପ୍ରଡକ୍ସନ ପ୍ରଡକ୍ସନ ହାଉସ୍ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଲେଖିଥିଲେ ଯେ କଙ୍ଗନାଙ୍କୁ ଡେଙ୍ଗୁ ହେବା କାରଣରୁ ତାଙ୍କ ହ୍ୱାଇଟ୍ ବ୍ଲଡ ସେଲ୍ସ କମିଯାଇଥିଲା । ଯାହାଫଳରେ ସେ ଜ୍ୱରରେ ପଡିଥିଲେ । ଏଥି ସହିତ କଙ୍ଗନାଙ୍କ ପ୍ରଡକ୍ସନ ହାଉସ୍ ଏହା ମଧ୍ୟ କହିଥିଲେ ଯେ ଆପଣଙ୍କୁ ଜ୍ୱର ହେବା ସତ୍ତ୍ୱେ ଆପଣ ସୁଟିଂ ସେଟକୁ ଆସୁଥିଲେ । ଏହାକୁ ପ୍ୟାସନ ନୁହେଁ ବରଂ କାମ ପାଇଁ ଥିବା ପାଗଳାମୀ କୁହାଯିବ ।

ଅନ୍ୟ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗେଡ୍ ୱେଲ ସୁନ୍ କଙ୍ଗନା ଲେଖି ପୋଷ୍ଟ କରିଥିଲେ କଙ୍ଗନାଙ୍କ ପ୍ରଡକ୍ସନ ହାଉସ । ତେବେ ବଲିଉଡ କୁଇନ୍ କଙ୍ଗନାଙ୍କୁ ଡେଙ୍ଗୁ ହେବା କଥା ଶୁଣି ତାଙ୍କ ଫ୍ୟାନ୍ସ ମାନେ କଙ୍ଗନାଙ୍କ ଆରୋଗ୍ୟ କାମନା କରିବା ସହ ବେଷ୍ଟ ୱିସେସ୍ ଦେଇଛନ୍ତି । ତେବେ ଏହି ପୋଷ୍ଟ ଓ ଫ୍ୟାନ୍ସମାନଙ୍କ ଭଲପାଇବା ଦେଖି କଙ୍ଗନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.