fbpx

ବାହାଘର ଖୁସିରେ ପାଗିଳି ହୋଇଗଲେ କନ୍ୟା: ସବୁ ଅତିଥିଙ୍କ ଗହଣରେ କରିଦେଲେ କିଛି ଏମିତି….

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାହାଘର ଫଟୋ ଏବଂ ଭିଡିଓକୁ ଖୁବ ପସନ୍ଦ ହେଉଥିବାର ଦେଖାଯାଇଛି । କେବେ ବର-କନ୍ୟାଙ୍କ କ୍ୟୁଟ ମୋମେଣ୍ଟର ଭିଡିଓ ଭାଇରାଲ ହୋଇଥାଏ ତ ଆଉ କେତେବେଳେ ବରଯାତ୍ରୀଙ୍କ ଅଜବ କାରନାମା । ଠିକ ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ବେଳେ ଅନେକ ଲୋକଙ୍କ ମନରେ ଖୁସି ଭରି ଦେଇଛି । ଏହି ଭିଡିଓରେ କନ୍ୟା ଜଣକ ନିଜ ବାହାଘରର ଖୁସିରେ ଖୁବ ମତୁଆଲା ହୋଇ ଯାଇଥିବା ଦେଖାଯାଇଛି । ଏହି କୁସିରେ ସେ ଏମିତି କିଛି କାମ କରିଛନ୍ତି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ କନ୍ୟା ବେଶରେ ନିଜ ଜଲୱା ଦେଖାଇଛନ୍ତି । ବଲିଉଡର ସୁପରହିଟ ଗୀତ ‘ସେୟାଁ ସୁପରଷ୍ଟାର’ ଗୀତର ତାଳେ ତାଳେ ଦମଦାର ନାଚ ଦେଖାଇଛନ୍ତି କନ୍ୟା । ବାହାଘରକୁ ନେଇ ସେ କେତେ ଯେ କୁସି ଅଛନ୍ତି, ତାହା ତାଙ୍କ ମୁହଁରେ ସ୍ପଷ୍ଟ ବାରି ହେଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ମନୋରଞ୍ଜନର ଏକ ଜବରଦସ୍ତ କାରଣ ପାଲଟିଯାଇଛି ।

ଯୁବତୀଙ୍କର ଏହି ଡାନ୍ସ ଭିଡିଓ ଦେଖି ଅନେକ ଲୋକ ତାଙ୍କ ଡାନ୍ସିଂର ଦିୱାନା ପାଲଟି ଯାଇଥିବା ବେଳେ ଏହି ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ହଜାର ହଜାର ଥର ଏହି ଭିଡିଓକୁ ଦେଖା ସରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ କମେଣ୍ଟ ସେକ୍ସନରେ ଲୋକମାନଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.