fbpx

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ୍: ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା, ବ୍ୟାୟାମ୍ କରୁଥିବା ବେଳେ…

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖବର ମିଳିଛି କି, ରାଜୁଙ୍କୁ ଅଚାନକ୍ ହାର୍ଟ ଆଟାକ୍ ଆସିଛି । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଦିଲ୍ଲୀ ସରକାରୀ ମେଡିକାଲ ଏମ୍ସରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ରାଜୁ ଜିମରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏମ୍ସରେ ଡାକ୍ତରୀ ଟିମ୍ ତାଙ୍କୁ ଭଲ କରିବାରେ ଲାଗିପଡ଼ିଛନ୍ତି । ଏହି ଖବର ଶୁଣି ରାଜୁଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ତେବେ ଉତ୍ତରପ୍ରଦେଶରେ ଜନ୍ମ ହୋଇଥିବା ରାଜୁଙ୍କୁ କମେଡିର ବାଦ୍ଶାହ କୁହାଯାଏ । ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି । ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି । ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ । ରାଜୁ ଶ୍ରୀବାସ୍ତବ ଷ୍ଟେଜ୍ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସୂଚନା ଅନୁସାରେ, ଏବେ ତାଙ୍କର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.