fbpx

ଅଗଷ୍ଟ ୧୫ରେ ରିଲିଜ୍ ହେବ ହରର-କମେଡି ଫିଲ୍ମ ‘Stree 2’: ଜୁଲାଇ ୧୮ରେ ଆସିବ ଟ୍ରେଲର

ନୂଆଦିଲ୍ଲୀ: ବଲିଉଡର ହରର-କମେଡି ଫିଲ୍ମ ‘ସ୍ତ୍ରୀ’ର ଦ୍ୱିତୀୟ ଭାଗ ‘ସ୍ତ୍ରୀ ୨’ ଖୁବଶୀଘ୍ର ସିନେମା ଘରକୁ ଆସିବ । ଫିଲ୍ମ ନିର୍ମାତା ଏ ବାବଦରେ ସୂଚନା ଦେବା ସହ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନୂଆ ପୋଷ୍ଟର ଶେୟାର କରିଛନ୍ତି । ଫିଲ୍ମର ଟ୍ରେଲର ଆସନ୍ତା ୧୮ରେ ରିଲିଜ ହେବ ବୋଲି ଅଭିନେତ୍ରୀ ସୂଚନା ଦେଇଛନ୍ତି । ପୋଷ୍ଟରରେ ଏକ ଛାୟା ଓ କଟିଥିବା ଲମ୍ବା କେଶକୁ ପ୍ରଦର୍ଶିତ କରାଯାଇଛି । ତାହା ଦର୍ଶକଙ୍କ ମନରେ ଏକ ରହସ୍ୟମୟ ମାହୋଲ ସୃଷ୍ଟି କରିଛି ।

ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ ରହିଥିବା ବେଳେ ସେ ପ୍ରଥମ ଭାଗରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ‘ସ୍ତ୍ରୀ ୨’ରେ ପୁଣି ଥରେ ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଏକାଠି ପରଦାରେ ଆସିବେ । ଏଥିସହିତ ପଙ୍କଜ ତ୍ରିପାଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ । ଜୁଲାଇ ୧୮ରେ ଫିଲ୍ମର ଟ୍ରେଲର ରିଜିଜ କରାଯିବ ଓ ସ୍ୱାଧିନତା ଦିବସ ଅବସରରେ ତାହାକୁ ସିନେମା ଘରେ ରିଲିଜ୍ କରାଯିବ । ଫିଲ୍ମର ପ୍ରଥମ ଭାଗର ସଫଳତା ପରେ ଦ୍ୱିତୀୟ ଭାଗ ନିର୍ମାଣ ପାଇଁ ଦର୍ଶକ ଆଶା କରିଥିଲେ । ତେଣୁ ଏବେ ଫିଲ୍ମଟି ବକ୍ସ ଅଫିସରେ କେମିତି କମାଲ୍ କରୁଛି ତାହା ଦେଖିବାକୁ ବାକି ରହିଥିଲା ।

 

View this post on Instagram

 

A post shared by Shraddha ✶ (@shraddhakapoor)

Get real time updates directly on you device, subscribe now.