ନାଗିନଙ୍କ ଏ 7 ଫଟୋ ସୋସିଆଲ ମିଡିଆକୁ କରୁଛି କିମିଆ, ଫ୍ୟାନ୍ସ କହିଲେଣି, ‘ମାୟାବିନୀ ଫୁଲ ଜୋଛନା’…..
ଏହାବାଦ ମୌନୀ ଏହି ଫଟୋରେ ବସ୍ ଲେଡ଼ି ଲୁକରେ ନଜର ଆସୁଛନ୍ତି । ଆକ୍ଟ୍ରେସ ବ୍ଲେକ ସୁଟରେ କିଲର ପୋଜରେ ନଜର ଆସୁଛନ୍ତି । ଯାହାକୁ ଯେକେହି ଦେଖିଲେ ଫିଦା ହେବା ଥୟ ।
ଓଡ଼ିଶା ଭାସ୍କର: ଦିନେ ନାଗିନ ଥିଲେ ଆଉ ଆଜି ସାଜିଛନ୍ତି ମୋହିନୀ । ନିଜର ହଟ ଆଣ୍ଡ ବୋଲ୍ଡ ଲୁକରେ ସେ ଏବେ ସୋସିଆଲ ମିଡ଼ିଆକୁ କିମିଆ କରିଛନ୍ତି । ନିଜର ଅଲଗା ଅଲଗା ଅବତାରରେ ସେ ଫ୍ୟାନ୍ସଙ୍କ ମନରେ କାମନା ବାସନାର ପରଷ ଭରୁଛନ୍ତି । ଦେଖନ୍ତୁ ସୁନ୍ଦରୀ ତଥା ସେକ୍ସି କୁଇନଙ୍କ ଏ 7 ଫଟୋ….
ହଟ ବୋଲ୍ଡ ଅଭିନେତ୍ରୀ ମୌନୀ ରାୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର କେତେକ ବେବାକ ଅନ୍ଦାଜର ଫଟୋ ସେୟାର କରିଛନ୍ତି । ଫଟୋରେ ଏହି ସୁନ୍ଦରୀ ଗୋଟିଏଠୁ ବଳି ଆଉ ଗୋଟିଏ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମତୁଆଲା କରୁଛନ୍ତି ।
ନିଜର ଏହି ଫ୍ଲୋରିୟସ ଶାଢୀରେ ମୌନୀ ପୋଜ ଦେଇ ବେଶ୍ ସୁନ୍ଦର ଲାଗୁଛନ୍ତି । ଲାଗୁଛି ଶୀତୁଆ ସକାଳରେ ଶ୍ରାବଣର ପ୍ରେମ ବର୍ଷା ହେଉଛି । ତାଙ୍କର ଏ ଲୁକ ଫ୍ୟାନ୍ସଙ୍କ ହୃଦୟକୁ ତୀକ୍ଷ୍ଣ ଶର ଭଳି ବିନ୍ଧୁଛି ।
ଏହି ନୀଳ ରଙ୍ଗର ଡ୍ରେସରେ ହଟ, ସେକ୍ସି କୁଇନ ମୌନୀ ଜହ୍ନର ଜ୍ୟୋସ୍ନା ଭଳି ଝଲସୁଛନ୍ତି । ତାଙ୍କର ଆଖି ଫ୍ୟାନ୍ସଙ୍କ ହୃଦୟକୁ ଶକ୍ତ ଆଘାତ ଦେଉଛି ।
ଏହାବାଦ ମୌନୀ ଏହି ଫଟୋରେ ବସ୍ ଲେଡ଼ି ଲୁକରେ ନଜର ଆସୁଛନ୍ତି । ଆକ୍ଟ୍ରେସ ବ୍ଲେକ ସୁଟରେ କିଲର ପୋଜରେ ନଜର ଆସୁଛନ୍ତି । ଯାହାକୁ ଯେକେହି ଦେଖିଲେ ଫିଦା ହେବା ଥୟ ।
ନାଗିନଙ୍କ ଏ ଫଟୋ ସୋସିଆଲ ମିଡିଆରେ ସବୁଠୁ ବେଶୀ ଝଡ଼ ସୃଷ୍ଟି କରୁଛି । ଯେଉଁଥିରେ ସେ ମୋନୋକିନୀ ପିନ୍ଧି ପରଫେକ୍ଟ ଫିଗରରେ ନଜର ଆସୁଛନ୍ତି । ଫ୍ୟାନ୍ସଙ୍କ ମନରେ ଏ ଫଟୋ କାମନାର ସମସ୍ତ ସୀମା ଲଘିଂବା ଥୟ ବୋଲି ମନେ ହେଉଛି ।
ଏହାବାଦ ମୌନୀଙ୍କ ଏ ଫଟୋ ପୂରା ଟ୍ରାଡ଼ିଶନଲ ଲୁକ ଉପରେ ପର୍ଯ୍ୟବେସିତ ହୋଇ ରହିଛି । ଏହି ଫଟୋରେ ହଟ ଅଭିନେତ୍ରୀ ମଥାରେ ସିନ୍ଦୂର ଓ ଲାଲ ଶାଢୀ ପରିଧାନ କରି ନଜର ଆସୁଛନ୍ତି । ଲାଗୁଛି ସେକ୍ସି କୁଇନ କେମିତି ଏତେ ଶାନ୍ତ, ଶୀତଳ ହୋଇ ପାରିଛନ୍ତି ।
ଏହାବ୍ୟତୀତ ଆଉ ଏକ ଫଟୋରେ ସେ ମୋହିନୀ ଅବତାରରେ ନଜର ଆସିଛନ୍ତି । ସେ ମିରର ସେଲ୍ଫି ନେଉଛନ୍ତି । ଫ୍ୟାନ୍ସ ଏ ଫଟୋ ଦେଖି କହୁଛନ୍ତି,’ ସେଦିନର ନାଗିନ କେମିତି ଆଜିର ମୋହିନୀ ସାଜିଛନ୍ତି’