fbpx

ମେ’ ୧୩ ରେ ରିଲିଜ୍ ହେବ ଭାଇଜାନଙ୍କ ଆଗାମୀ ଫିଲ୍ମ “‘ରାଧେ’:ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ”

ମୁମ୍ବାଇ ୨୧ ।୪ (ଓଡିଶା ଭାସ୍କର) : ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନଙ୍କ “‘ରାଧେ’:ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଇଦିରେ ସଲମାନ ଖାନଙ୍କ ଫିଲ୍ମ ରିଲିଜ୍ର ପାମ୍ପରାକୁ ଧ୍ୟାନରେ ରଖି ସଲମାନ ଖାନ୍ ଫିଲ୍ମସି ଏବଂ ଜି ଷ୍ଟୁଡିଓ ଏଥିପାଇଁ ଏକ ମେଗା ରିଲିଜର ଯୋଜନା କରିଛନ୍ତି ।

ପ୍ରଭୁ ଦେବା ଦ୍ୱରା ନିର୍ଦ୍ଦେଶିତ ଏହି ଫିଲ୍ମଟି ୧୩ ମେ’ରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ବଡ ଧରଣର ରିଲିଜ୍ କରାଯିବ । ଏହାସହ ଫିଲ୍ମର ଟ୍ରେଲର ୨୨ ଏପ୍ରିଲକୁ ରିଲିଜ୍ ହେବ । “‘ରାଧେ’:ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ଫିଲ୍ମ ସମସ୍ତ ସିନେମା ହଲରେ ରିଲିଜ୍ ହେବ ଯେଉଁଠି ସରକାରଙ୍କ କୋଭିଡ୍ ନିୟମ ପାଳନ କରାଯାଉ ଥିବ ।

ଏହାସହିତ ଜି୫ରେ ଜି ର ‘ପେ ପର ଭିୟୁ’ ସର୍ଭିସି ଜିପ୍ଲେକ୍ସ ଦର୍ଶକଙ୍କୁ ଓଟିଟି ପ୍ଲଟଫର୍ମରେ ଦେଖିବାର ସୁଯୋଗ ପାଇବେ । ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟନି, ରଣଦୀପ ହୁଡ୍ଡା ଏବଂ ଜାକି ସରାଫ୍ ପ୍ରମୁଖ ଭୂମିକାରେ ନଜର ଆସିବେ । “‘ରାଧେ’:ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ଫିଲ୍ମ ୪୦ଟି ଦେଶରେ ରିଲଜ୍ କରାଯିବା ନେଇ ପ୍ରସ୍ତୁତି ସରିଛି ।

Get real time updates directly on you device, subscribe now.