fbpx

ଆଇଏଏସ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ସାମିଲ ଥିବା ଟପ ମାଓନେତାର ଆତ୍ମସମର୍ପଣ

 

ଭୁବନେଶ୍ୱର,୨୧/୦୪: ୨୦୧୧ରେ ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ସାମିଲ ଥିବା ଟପ ମାଓନେତା ମଙ୍ଗଳବାର ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ହାଇଦ୍ରାବାଦ ଠାରେ ଆନ୍ଧ୍ର ପ୍ରଦେଶ ଡିଜିପି ଡିଜି ସାୱଙ୍ଗ କହିଛନ୍ତି ସେ ମୁଟ୍ଟାନଗରୀ ଜଲନ୍ଧର ରେଡ୍ଡୀ ତେଲଙ୍ଗାନାର ସିଦ୍ଦିପେଟର ବାସିନ୍ଦା । ତାର ଅନେକ ନାଁ ରହିଛି । କ୍ରିଷ୍ଣା, ମାରାନ୍ନା, କରୁଣା, ଏବଂ ସାରଥ । ସେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଥିଲା ।

ଡଜିପି ଆହୁରି ମଧ୍ୟ କହିଛନ୍ତି ସେ କୃଷ୍ଣ ୨୦୦୪ ରେ କୋରାପୁଟ ସହରର ଜିଲ୍ଲା ଅସ୍ତ୍ରାଗାର ଉପରେ ହୋଇଥିବା ଆକ୍ରମଣରେ ସକ୍ରିୟ ଅଂଶଗ୍ରହଣ କରିଥିଲା, ଜୁନ୍ ୨୯, ୨୦୦୮ ରେ ମାଲକାନଗିରି ଜିଲ୍ଲାର ବାଲିମେଲାରେ ଆକ୍ରମଣରେ ଦ୍ୱିତୀୟ ଆକ୍ରମଣ କରିଥିଲେ, ଯେଉଁଥିରେ ଆନ୍ଧ୍ରପ୍ରଦେଶ ପୋଲିସର ଏଲିଟ ଗ୍ରେହାଉଣ୍ଡର ୩୮ କମାଣ୍ଡୋଙ୍କ ମୃତ୍ୟୁ ହୋଇଥିଲା ।

ସେ ୨୦୦୫ ବ୍ୟାଚର ଆଇଏଏସ ଅଧିକାରୀ ଆର ଭିନିଲ କ୍ରିଷ୍ଣାଙ୍କର ଅପହରଣ ଏବଂ ମାଲକାନଗିରି କଲେକ୍ଟରଙ୍କୁ ୨୦୧୧ ଫେବୃଆରୀରେ  ଅପହରଣରେ ମଧ୍ୟ ମୁଖ୍ୟ ଭୁମିକା ରହିଥିଲା ।

ଏହା ଛଡା ସେ ଆହୁରି ପାଞ୍ଚଟି ଆକ୍ରମଣରେ, ୧୯ଥର ସୁରକ୍ଷା ବାହିନୀ ଉପରେ ଆକ୍ରମଣ  ଏବଂ ଆନ୍ଧ୍ର ଓଡ଼ିଶା ବର୍ଡରରେ ୭ ଟି ହତ୍ୟା ଘଟଣା ସହ ଜଡିତ ଥିଲା ।

Get real time updates directly on you device, subscribe now.