CHARIDHAM

Breaking: ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ଼

ବାଙ୍କୀ: ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ଼ ହୋଇଛି। କଇମୁଣ୍ଡି ଛକରେ ୨ଟି ବୋମାମାଡ଼ କଲେ ଦୁର୍ବୃତ୍ତ। ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ସେତୁ କାମରେ ନିୟୋଜିତ ଥିବା ମେସିନ ନଷ୍ଟ ହୋଇଯାଇଛି।

ସୂଚନାନୁଯାୟୀ, ଦାଦାବଟି ନଦେବାରୁ ଠିକାସଂସ୍ଥା ଉପରକୁ ବୋମାମାଡ଼ ହୋଇଛି। ୨ଟି ବୋମା ମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ଅଛନ୍ତି। ତେବେ ଏହି ମାମଲାକୁ ନେଇ କଇଁମୁଣ୍ଡି ଫାଣ୍ଡି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।