fbpx

ଲାହୋରରେ ଘର ବାହାରେ ବିସ୍ଫୋରଣ, ୨ ମୃତ,୧୭ ଆହତ, ଜାଣନ୍ତୁ କେଉଁଠି

Advertisement

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରରେ ବୁଧବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଲାହୋରର ଜାହୁର ସହରରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ପୋରଣରେ ଆହତମାନଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ କିପରି ବମ୍ ବିସ୍ଫୋରଣ ଘଟିଛି ସେନେଇ ତଦନ୍ତ ଚାଲିଛି ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସିଟି ଡେପୁଟି କମିଶନର ମୁଦାସିର ରିୟାଜ ମଲିକ କହିଛନ୍ତି ଯେ ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ବିସ୍ଫୋରଣର କାରଣ ଜାଣିବାକୁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି । ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ପଞ୍ଜାବ ଜରୁରୀକାଳୀନ ସେବା ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିରଖିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଏହି ବିସ୍ଫୋରଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଦାବି କରିଛନ୍ତି।

Get real time updates directly on you device, subscribe now.