fbpx

ଭିସ୍ତାରା ଏୟାରଲାଇନ୍ସର ବିମାନକୁ ବୋମା ଧମକ: ଶ୍ରୀନଗର ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ

Advertisement

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଭିସ୍ତାରା ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ବିମାନଟି ଶ୍ରୀନଗର ବିମାନବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲା । ବିମାନରେ ସମୁଦାୟ ୧୭୮ ଯାତ୍ରୀ ଥିଲେ । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ଶ୍ରୀନଗରକୁ ଏକ ‘ଧମକପୂର୍ଣ୍ଣ କଲ୍’ ମିଳିବା ପରେ ଘଟଣାଟି ଘଟିଥିଲା । କଲ୍ ପରେ ସିଆଇଏସଏଫ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାରପୋର୍ଟକୁ କିଛି ସମୟ ବନ୍ଦ କରିଥିଲେ । ଏହା ପରେ ଭିସ୍ତାରା ଏୟାରଲାଇନ୍ସର ୟୁକେ୬୧୧ ବିମାନ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କଲା ।

ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଯେତେବେଳେ ବିମାନ ଯାଞ୍ଚ କରାଯାଇଥିଲା, ସେଥିରେ କିଛି ମିଳି ନଥିଲା । ଏହି ଧମକକୁ ନକଲି ବିବେଚନା କରାଯାଇଥିଲା ଏବଂ ବିମାନ ବନ୍ଦର କାର୍ଯ୍ୟ ସାଧାରଣ ଭାବରେ ଆରମ୍ଭ ହୋଇଥିଲା । ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ବିମାନ ଲ୍ୟାଣ୍ଡିଂ କରିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଯାହା ପରେ ପୁରା ବିମାନର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.