fbpx

ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ଇମେଲ, ବଢାଗଲା ସୁରକ୍ଷା

ପଟନା: ବିମାନବନ୍ଦରକୁ ବୋମା ଦ୍ୱାରା ଉଡାଇଦେବା ପାଇଁ ଧମକପୂର୍ଣ୍ଣ ଇମେଲ ମିଳିଛି । ଗତ କିଛି ମାସରେ ବୋମା ଧମକର ଘଟଣା କମିବା ଦେଖାଦେଇଛି । ଏହାପରେ ଆଜି ମଙ୍ଗଳବାର ଦିନ ପାଟଣା ଜୟପ୍ରକାଶ ନାରାୟଣ ଇଣ୍ଟନେସନାଲ ଏୟାରପୋର୍ଟକୁ ବୋମା ପକାଇ ଉଡାଇଦେବା ଧମକ ପୂର୍ଣ୍ଣ ମେଲ ମିଳିଛି । ବୋମା ଦ୍ୱାରା ଉଡାଇଦେବା ଧମକ ପରେ ଭୟଭୀତ ହୋଇଛନ୍ତି ଲୋକେ । ଏହି ଇମେଲ ମିଳିବା ମାତ୍ରେ ଏୟାରପୋର୍ଟର ସୁରକ୍ଷା ବଢାଯାଇଛି । ଯାହାର ସୂଚନା ପାଟଣା ବିମାନବନ୍ଦର ନିର୍ଦ୍ଦେଶକ ଦେଇଛନ୍ତି ।

କୁହାଯାଉଛି ଯେ, ଏହା ଦ୍ୱିପ୍ରହର ୧ଟା ୧୦ ମିନିରେ ଏୟାରପୋର୍ଟର ନିର୍ଦ୍ଦେଶକଙ୍କୁ ଏହି ଧମକପୂର୍ଣ୍ଣ ମେଲ ମିଳିଛି, ଯାହାପରେ ଏୟାରପୋର୍ଟର ସୁରକ୍ଷାକୁ କଡା କରାଯାଇଛି । ଏହାପରେ ପାଟଣା ଏୟାରପୋର୍ଟରେ ଭଲଭାବେ ଖୋଜାଯାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ମିଳିନାହିଁ ।

ଇମେଲରେ ବୋମା ପକାଇବାର ଧମକ ଥିଲା, ଯାହାପରେ ଏୟାରପୋର୍ଟରେ ତୁରନ୍ତ ସୁରକ୍ଷାକୁ ବଢାଇ ଦିଆଯାଇଛି । କହିବାକୁ ଗଲେ ପାଟଣା ଏୟାରପୋର୍ଟରେ ବୋମା ପକାଇ ଉଡାଇଦେବା ଧମକର ଏହା ଦ୍ୱିତୀୟ ଘଟଣା ।

Get real time updates directly on you device, subscribe now.