fbpx

କର୍ମଚାରୀଙ୍କୁ ପ୍ରତି ମାସରେ ବୋନସ୍ ଘୋଷଣା କଲେ ମାଲିକ

ନୂଆଦିଲ୍ଲୀ: ଏମିତି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଯେଉଁଠି ପ୍ରତି ଜିନିଷର ଦରଦାମ୍ ବଢ଼ି ଚାଲିଛି, ଆଉ ସମସ୍ତେ ଏଥିରେ ହନ୍ତସନ୍ତ ହେଉଛନ୍ତି, ଏତିକି ବେଳେ ଯଦି ଆମକୁ ଆମର ଅଫିସ୍ କି କମ୍ପାନୀରୁ କିଛି ଅର୍ଥ ସାହାଯ୍ୟ ମିଳେ, କେମିତି ଲାଗିବ । ନିଶ୍ଚୟ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଆଉ ଖୁସିରେ ନାଚି ଉଠିବ । ଏମିତି ଏକ ଘଟଣା ଘଟିଛି ଏକ କମ୍ପାନୀରେ । ଜଣେ ବସ୍ ନିଜର କର୍ମଚାରୀଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ଏହି ସରପ୍ରାଇଜ୍ ଜାଣିବା ପରେ କର୍ମଚାରୀଙ୍କ ଚେହେରାରେ ଖୁସିରେ ଝୁମି ଉଠିଥିଲେ । ବାସ୍ତବିକ କଥା ହେଲା, ବସ୍ ନିଜର କର୍ମଚାରୀଙ୍କୁ ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ପ୍ରତି ମାସରେ ବୋନସ ଦେବାକୁ ଘୋଷଣା କରିଛନ୍ତି । ଏହି ଅନୁସାରେ କମ୍ପାନୀର ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତି ମାସରେ ୧୯ ହଜାର ଟଙ୍କା ଦିଆଯିବ । ଏହି ରାଶି ଦରମାଠାରୁ ଅଲଗା ଦିଆଯିବ ।

ଦ ସନ୍ ଅନୁଯାୟୀ, ବିଟ୍ରେନ ସ୍ଥିତ ୪ କମ୍ କମ୍ପାନୀର ସବୁ ୪୩୧ କର୍ମଚାରୀଙ୍କୁ ଆଗାମୀ ନୋଟିସ୍ ପର୍ଯ୍ୟନ୍ତ ତାଙ୍କର ଏନର୍ଜି ବିଲ୍ ରେ ସାହାଯ୍ୟ କରିବା ପାଇଁ ପ୍ରତି ମାସରେ ୧୯ ହଜାର ଟଙ୍କା ଦିଆଯିବ । ନିଜେ କମ୍ପାନୀର ବସ୍ ମିଟିଂରେ କର୍ମଚାରୀଙ୍କ ସାମ୍ନାରେ ଏହି କଥା ଘୋଷଣା କରିଛନ୍ତି । ମାଲିକଙ୍କର ମହାନ ହୃଦୟତାରେ କମ୍ପାନୀର କର୍ମଚାରୀ ଖୁସି ହୋଇ ଯାଇଛନ୍ତି ।ସୂଚନା ଯେ, ୧୯୯୯ ମସିହାରେ ଆରମ୍ଭ କରିଥିବା ୪ କମ୍ କମ୍ପାନୀ ଦୂରସଂଚାର ଉପକରଣର ସପ୍ଲାଇ କରିଥାଏ । ଏହି କମ୍ପାନୀ ୨୦୧୭ ମସିହାରେ ଦ ସଣ୍ଡେ ଟାଇମ୍ସର ୧୦୦ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ଲିଷ୍ଟରେ ସବୁଠୁ ଉପରେ ଥିଲା । ଏହା ଜଣାଶୁଣା କମ୍ପାନୀ ଏବେ ଖୁବ୍ ଲାଭରେ ଚାଲିଛି । ଆଉ ଏହିପରି ଏକ ଉତ୍ତମ ସମୟରେ ବସ୍ ଗ୍ୟାରି ସ୍କଟ ନିଜର କର୍ମଚାରୀଙ୍କୁ ଖୁସି କରେଇବାକୁ କର୍ମଚାରୀଙ୍କୁ ପ୍ରତି ମାସରେ ବୋନସ୍ ଘୋଷଣା କଲେ ମାଲିକ ଯାଇ ପ୍ରତି ମାସରେ ବୋନସ ଭାବେ ୧୯ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.