fbpx

ବଟାନିକାଲ ଗାର୍ଡେନରେ ୩୧ ଓ ଜାନୁଆରୀ ୧ ବଣଭୋଜି ବନ୍ଦ, ବୁଲିପାରିବେ ପର୍ଯ୍ୟଟକ…

Advertisement

ଭୁବନେଶ୍ବର(ଭାସ୍କର ନ୍ୟୁଜ୍):ଓମିକ୍ରନ୍‌ ସଂକ୍ରମଣ ବ୍ୟାପିବା ଘଟଣାକୁ ଆଖି ଆଗରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଦିନ ଓ ନୂଆ ବର୍ଷ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଏହି ଗାଇଡ୍‌ଲାଇନ୍‌ ଚଳିତ ମାସ ୨୫ ତାରିଖ ଓ ଏହାପରେ ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆବର୍ଷ ସେଲିବ୍ରେଶନ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ଭିଡ଼ରେ ରୋକ୍ ଲାଗଇବା ପାଇଁ ୯ ଦିନିଆ ଗାଇଡ଼ଲାଇନ୍ ଜାରି ହୋଇଛି। ଏଥିପାଇଁ ନନ୍ଦନକାନନ ବଟାନିକାଲ ଗାର୍ଡେନରେ ସରକାରଙ୍କ ନୂତନ କରୋନା ଗାଇଡ୍‌ଲାଇନ ଅନୁସାରେ ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ବଣଭୋଜିକୁ ବନ୍ଦ ରଖାଯାଇଛି । ପର୍ଯ୍ୟଟକ ମାନେ ଉଭୟ ଉଦ୍ୟାନରେ ଏହି ଦିନମାନଙ୍କରେ ବୁଲିପାରିବେ । କରୋନା କଟକଣା ନିୟମ ମାନିବେ । ସାନିଟାଇଜର, ମାସ୍କ ବ୍ୟବହାର କରିବେ ଓ ସାମାଜିକ ଦୂରତା ରକ୍ଷା କରିବେ ବୋଲି କୁହାଯାଇଛି ।  ୨୫ ତାରିଖ ଠାରୁ ପ୍ରାଣୀ ଉଦ୍ୟାନ ମଧ୍ୟରେ ପର୍ଯ୍ୟଟକଙ୍କ ଭିଡ଼କୁ ଲକ୍ଷ୍ୟକରି ଗାଡ଼ି ପ୍ରବେଶ ଉପରେ କଟକଣା କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

Get real time updates directly on you device, subscribe now.