fbpx

ସଂସଦର ଉଭୟ ଗୃହ ମୁଲତବୀ,ରାହୁଲଙ୍କୁ ମିଳିଲାନାହିଁ ସ୍ପଷ୍ଟୀକରଣ ଦେବାର ମଉକା

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଉ ଗୋଟେ ପଟେ ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ କୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା ପାଇଁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି ।

ସୂଚନାମୁତାବକ ରାହୁଲ ଗାନ୍ଧୀ ଲଣ୍ଡନରେ ଯେଉଁ ବିବୃତ୍ତି ଦେଇଥିଲେ ତାହା ଉପରେ ବିଜେପିର ସମସ୍ତ ବଡ ବଡନେତା ମିଜର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ତାଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଆଉ ଏ ବିବାଦ ଏବେ ଥମିବାର ନାଁ ନେଉ ନାହିଁ । ବ୍ରିଟେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ଭାରତୀୟ ଗଣତନ୍ତ୍ରର ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ତେବେ,ବିଦେଶ ରେ ଯାଇ ନିଜ ଦେଶ ବିରୁଦ୍ଧରେ ରାହୁଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ବିଜେପି ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛି।

ଏହା ଭିତରେ ସାଂସଦ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ ମତେ ଯଦି ସଂସଦରେ ଉତ୍ତର ଦେବା ପାଇଁ ଅନୁମତି ମିଳିବ ତେବେ ଏହି କଥାର ମୁଁ ସ୍ପଷ୍ଟୀକରଣ ଦେବି। କିନ୍ତୁ ବିଜେପି ରାହୁଲଙ୍କ ଏହି କଥାକୁ ଆଦୌ ସ୍ୱୀକାର କରି ନାହିଁ । ବିଜେପି ଅଧକ୍ଷ ଜେପି ନଡ୍ଡା କହିଛନ୍ତି ପାକିସ୍ତାନ ଆଉ କଂଗ୍ରେସ ଏହି ଦୁହିଁଙ୍କ ଭାଷା ସମାନ । ଲଣ୍ଡନରେ ଦେଶ ବିରୋଧୀ ବିବୃତ୍ତି ପାଇଁ ରାହୁଲ ଗାନ୍ଧୀଙ୍କୁ ଦେଶ ତଥା ସଂସଦରେ କ୍ଷମା ମାଗିବାକୁ ପଡ଼ିବ। ତାଙ୍କର ଏହି ବୟାନ ୧୩୦ କୋଟି ଭାରତୀୟଙ୍କ ପ୍ରତି ଏକ ଅପମାନ ବୋଲି ନଡ୍ଡା କହିଛନ୍ତି । ଅନ୍ୟ କୌଣସି ଦେଶକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ପାଇଁ ଲୋଡ଼ିବା , ଭାରତର ସାର୍ବଭମତ୍ୱ ଉପରେ ଆକ୍ରମଣ ବୋଲି ନଡ୍ଡା ସୂଚନାଦେଇଛନ୍ତି। ବାସ୍ତବରେ ରାହୁଲ ଗାନ୍ଧୀ କଣ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନଡ୍ଡା କହିଛନ୍ତି, ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ୟୁରୋପ ଏବଂ ଆମେରିକାରୁ ଭାରତର ଘରୋଇ କାର୍ଯ୍ୟରେ ହସ୍ତକ୍ଷେପ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ? ରାହୁଲ ଗାନ୍ଧୀ ତାଙ୍କ ଦେଶକୁ ବଦନାମ କରୁଛନ୍ତି । ଯାହା ପାଇଁ ରାହୁଲ ଗାନ୍ଧୀଙ୍କୁ ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡ଼ିବ।

Get real time updates directly on you device, subscribe now.