Breaking: ଏବେଠୁ କନ୍ଦେଇଲାଣି ଖରା; ଆଗକୁ …. ଏହି ୧୦ ସହର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟର ୧୦ ସହରରେ ଆଜିର ତାପମାତ୍ରା ୩୭ ପାର୍ କରିଛି । ସବୁଠୁ ଆଗରେ ଅଛି ବୌଦ୍ଧ ।

ରବିବାର ବୌଦ୍ଧରେ ସର୍ବାଧିକ ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୮.୧, ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଫେବୃଆରୀ ଆପେକ୍ଷା ମାର୍ଚ୍ଚରେ ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରାଯାଇଛି । ଯେଉଁ କାରଣରୁ ଗରମରୁ ରକ୍ଷ୍ୟା ପାଇବା ପାଇଁ ଆବଶ୍ୟକତା ଅନୁସାରେ ସତର୍କ ରହିବାକୁ ପଡ଼ିବ ।

ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିବା ନେଇ ଆଶା କରାଯାଇଛି ।