fbpx

କଏନ ଭର୍ତ୍ତି ବସ୍ତା ଧରି ଗାଡି ଶୋ’ ରୁମରେ ପହଞ୍ଚିଲେ ଜଣେ ବ୍ୟକ୍ତି: ଖୁଚୁରା ଏକାଠି କରି କିଣିଲେ ନିଜ ସ୍ୱପ୍ନର ଗାଡି

ନୂଆଦିଲ୍ଲୀ: କୁହାଯାଏ ଟୋପାଏ ଟୋପାଏ ବିନ୍ଦୁ ପାଣିରେ ଦିନେ ସାଗର ସୃଷ୍ଟି ହୁଏ । ଏ ତ ଥିଲା ଗୋଟିଏ କଥା । କିନ୍ତୁ ଏ କଥାକୁ ସତାର ପରିଣତ କରିଛନ୍ତି ଆସାମର ଜଣେ ବ୍ୟକ୍ତି । ପେଶାରେ ସେ ଜଣେ ଦୋକାନୀ । ମାସ ମାସ ହେଲା ଦେକାନରେ ହେଉଥିବା ବେପାରରୁ ଟଙ୍କା ସଞ୍ଚୟ କରି ରଖିଥିଲେ । ମନରେ ସ୍ୱପ୍ନ ଥିଲା ଗୋଟିଏ ଗାଡି କିଣିବେ । ଆଉ ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ନିଜ ମନ ପସନ୍ଦର ଗାଡି କିଣି ପାରିଛନ୍ତି ହିରକ ଦାସ ।

ଗୋଟିଏ ବସ୍ତାରେ ନିଜ ମାସ ମାସ ଧରି ସଞ୍ଚୟ କରିଥିବା ଟଙ୍କାକୁ ଧରି ଗାଡି ଶୋ ରୁମରେ ପହଞ୍ଚିଥିଲେ ୟୁଟ୍ୟୁବର ହିରକ ଦାସ । କେବଳ ଖୁଚୁରା ଟଙ୍କାରେ ଭର୍ତ୍ତି ଏହି ବସ୍ତାକୁ ଦେଖି ସମସସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତିନି ଜଣ ଯୁବକ ଏହି ବସ୍ତା ସହିତ ଗାଡି କିଣିବା ପାଇଁ ପହଞ୍ଚିଥିଲେ । ଏହାପରେ ଶୋ ରୁମର କର୍ମଚାରୀମାନେ ଲାଗି ପଡିଥିଲେ ଖୁଚୁରା ଗଣିବା କାମରେ । କଏନଗୁଡିକୁ ଝୁଡିରେ ରଖି ଗଣିବା ପରେ ଗାଡି କିଣିବା ପାଇଁ ଆବଶ୍ୟକୀୟ ଅର୍ଥରାଶି ପୂରଣ ହୋଇଥିଲା ଏବଂ ଗାଡି କିଣିବା ପାଇଁ ସାମର୍ଥ୍ୟ ହୋଇଥିଲେ ହିରକ । ଏତେ ଦିନ ପରେ ସ୍ୱପ୍ନର ଗାଡି ପାଇ ଖୁବ କୁସ ହୋଇଥିଲେ ହିରକ ଦାସ ।

ଏହି ସମୟର ଦୃଶ୍ୟକୁ କଏଦ କରି ଫେସବୁକରେ ଅପଲୋଡ କରାଯାଇଛି । ଏବଂ କ୍ୟାପ୍ସନରେ ଲେଖାଯାଇଛି, “”ଯଦିଓ ସ୍ୱପ୍ନ ପୂରଣ କରିବା ପାଇଁ ଅଧିକ ଟଙ୍କା ଦରକାର ପଡିଥାଏ, ତଥାପି ଅଳ୍ପ ଅଳ୍ପ ସଞ୍ଚୟ କରି ଏହାକୁ ପୂରଣ କରାଯାଇପାରେ । ” ଭିଡିଓଟି ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ଆଶା ରଖିଛନ୍ତି ୟୁଟ୍ୟୁବର ହିରକ ଦାସ ।

Get real time updates directly on you device, subscribe now.