ଆଜିକାଲି ପ୍ରେମକୁ ଦୂରୁ ଜୁହାର… ଧରମ ଭାଇକୁ ନାବାଳିକା ଦେଇ ବସିଲା ମନ, ଶେଷରେ ସେଇ ଧରମ ଭାଇ ନେଲା ଜୀବନ!

ରାଜଧାନୀରେ ପ୍ରେମ କାହାଣୀର କରୁଣ ଚିତ୍ର । ବିଶ୍ୱାସରେ ବିଷ ଦେଇ ପ୍ରେମିକାକୁ ଛାତରୁ ଠେଲିଦେଲା ଧୋକେବାଜ୍ ପ୍ରେମିକ ।

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଲୋମ ଟାଙ୍କୁଆ ଅତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ପ୍ରେମିକ କରିଛି ନାବାଳିକା ପ୍ରେମିକାର ହତ୍ୟା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ହତ୍ୟାକାଣ୍ଡ ଘଟିଛି, ନର୍ଥ-ଇଷ୍ଟ ଦିଲ୍ଲୀର ଅଶୋକ ନଗର ଅଞ୍ଚଳରେ । ଅଭିଯୁକ୍ତ ତଫିକର ଘର ଉତ୍ତର ପ୍ରଦେଶର ରାମପୁରରେ । ମଙ୍ଗଳବାର ରାତିରେ ସ୍ଥାନୀୟ ପୋଲିସ ତାଫିକକୁ ଗିରଫ କରିବାରେ ସଫଳ ହୋଇଛି ।

୧୯ ବର୍ଷୀୟା ନେହା ଓ ତାଫିକ ପରସ୍ପର ପ୍ରେମ ସମ୍ପର୍କରେ ଥିଲେ । ଦୁହେଁ ମାତ୍ର କିଛି ମାସ ହେବ ପ୍ରେମ ସମ୍ପର୍କରେ ଥିଲେ । ହେଲେ ତାଫିକର ବାହାଘର ଅନ୍ୟତ୍ର ଠିକ୍ ହେବା କଥା ଜାଣିବା ପରେ ନେହା ରାଗି ଯାଇଥିଲେ ।

ଯାହାପରେ ଦୁହିଁଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିଲା । ତାଫିକ୍ ନେହାକୁ ତା’ ରାସ୍ତାର କଣ୍ଟା ଭାବୁଥିଲା, ଯାହାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କଲା । ଯାହାପରେ ତାଫିକ୍ ବୁର୍ଖା ପିନ୍ଧି ସୋମବାର ନେହା ଘରକୁ ଯାଇଥିଲା ।

ନେହା ଛାତ ଉପରେ ଥିବା ସମୟରେ ତାଫିକ୍ ତାଙ୍କୁ ପଛପଟୁ ଠେଲି ଦେଇଥିଲା । ଯାହାପରେ ତଳେ ପଡ଼ି ଆହତ ହୋଇଯାଇଥିଲେ । ଘଟଣାସ୍ଥଳରେ ଥିବା ଲୋକେ ନେହାକୁ ଡାକ୍ତରଖାନାରେ ନେଇଥିଲେ ସୁସ୍ଥା ସେଠାରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ ।

ଘଟଣାକୁ ନେଇ ୨ଟି କାହାଣୀ ସାମ୍ନାକୁ ଆସୁଛି । ତାଫିକର କହିବା କଥା ଥିଲା, ସେ ନେହା ପରସ୍ପରକୁ ଭଲପାଉଥିଲେ । ବାହାଘର କଥା ପାଇଁ ଝଗଡ଼ା ହେଲା ପରେ ସେ ତାଙ୍କୁ ହତ୍ୟା କଲା ।

ନେହାଙ୍କ ବାପା, ମା’ କହୁଛନ୍ତି ନେହା ତାଫିକ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ଥିଲା । ପ୍ରତିବର୍ଷ ରାକ୍ଷୀରେ ନେହା ତାକୁ ରାକ୍ଷୀ ବାନ୍ଧୁଥିଲା । ପୋଲିସ ଉଭୟ ବୟାନକୁ ଆଧାର କରି ତଦନ୍ତ କରୁଛି ।