fbpx

ଏପରି ଅଭ୍ୟାସ ଥିବା ଯୁବତୀଙ୍କୁ ବାହାହେବାକୁ ଚାହାଁନ୍ତି ପୁରୁଷ, ଜାଣନ୍ତୁ କ’ଣ

ଝିଅ ହୁଅନ୍ତୁ ବା ପୁଅ, ଉଭୟ ନିଜ ପାର୍ଟନରଙ୍କର କିଛି ଖାସ୍ ଅଭ୍ୟାସକୁ ପସନ୍ଦ କରନ୍ତି । କାହାକୁ କେୟାର ନେଚର ପସନ୍ଦ ଆସିଥାଏ ତ ଆଉ କେତେକ ମଜାଳିଆ ପ୍ରକୃତି ପସନ୍ଦ କରନ୍ତି । କେତେକ ସୁନ୍ଦରତା ପ୍ରତି ଆକର୍ଷିତ ହୁଅନ୍ତି ତ ଆଉ କେତେଜଣ ଅନେକ ଗୁଣକୁ ନେଇ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ ଝିଅଙ୍କର କିଛି ଖାସ୍ ଅଭ୍ୟାସକୁ ନେଇ ଯୁବକମାନେ ତାଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଯୋଗୁଁ ଯୁବତୀମାନଙ୍କୁ ପୁରୁଷମାନେ ଅଧିକ ପସନ୍ଦ କରନ୍ତି…

ପରିବାରକୁ ସାଙ୍ଗରେ ଚାଲିବା:-
ପୁଅମାନଙ୍କୁ ଏପରି ଝିଅ ବହୁତ ଶୀର୍ଘ ପସନ୍ଦ ଆସନ୍ତି, ଯେଉଁମାନେ ନିଜ ପାର୍ଟନରଙ୍କ ପରିବାରକୁ ନିଜ ପରିବାର ବୋଲି ଭାବନ୍ତି । ଯାହାଫଳରେ ପୁଅକୁ ନିଜ ପରିବାର ଓ ପତ୍ନୀ ସହିତ ତାଳମେଳ କରି ଚାଲିବାରେ କୌଣସି ଅସୁବିଧା ହୋଇନଥାଏ । ଝିଅମାନେ ବାହାଘର ପରେ ନିଜ ପାର୍ଟନରଙ୍କ ପରିବାରକୁ ହୃଦୟ ସହ ଯତ୍ନ ନେବା ବୋଲି ଆଶା କରିଥାନ୍ତି ପୁଅ । ଏପରି ପରିସ୍ଥିତିରେ ଯେଉଁ ଯୁବତୀ କଥା କଥାରେ ନିଜ ପାର୍ଟନରଙ୍କ ପରିବାର ସହ ମିଶିବାକୁ ପ୍ରୟାସ କରିଥାଏ, ସେ ଖୁବଶୀଘ୍ର ଯୁବକଙ୍କ ହୃଦୟକୁ ଜିତିପାରନ୍ତି ।

ପାର୍ଟନର ଉପରେ ନିଜ ଜିଦ୍ ରଖୁନଥିବ:-
ପୁଅମାନେ ଏପରି ଝିଅମାନଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ, ଯେଉଁମାନେ ଜିଦଖୋର ଓ କେବଳ ନିଜ କଥା ପାଳନ କରିବାକୁ ଚେଷ୍ଟା କରୁଥିବେ । ଏପରି ଯୁବତୀଙ୍କୁ ପୁଅମାନେ ଶୀଘ୍ର ପସନ୍ଦ କରନ୍ତିିନି । ଏପରି ପରିସ୍ଥିତିରେ ଯେଉଁ ଯୁବତୀମାନେ ଯୁବକଙ୍କୁ ବୁଝନ୍ତି ଓ ନିଜ ସମ୍ପର୍କ ପାଇଁ କେଉଁ କଥାଟି ଠିକ୍ ଓ କେଉଁଠି ଭୁଲ ବୋଲି ଜାଣନ୍ତି, ସେହି ଯୁବତୀମାନେ ଯୁବକମାନଙ୍କୁ ଶୀଘ୍ର ଇମପ୍ରେସ କରନ୍ତି ।

ସାଙ୍ଗମାନଙ୍କୁ ସ୍ୱୀକାର କରିବା:-
ପୁଅମାନେ ଏପରି ଝିଅମାନଙ୍କୁ ପସନ୍ଦ କରନ୍ତିନି, ଯେଉଁମାନେ ନିଜ ସ୍ୱାମୀଙ୍କ ସାଙ୍ଗମାନଙ୍କୁ ପସନ୍ଦ ନ କରନ୍ତି । ସେମାନଙ୍କ ବିଷୟରେ ଖରାପ କଥା କୁହନ୍ତି । ଝିଅମାନେ ତାଙ୍କ ସାଙ୍ଗମାନଙ୍କୁ ସବୁବେଳେ ଖରାପ କାହିଁକି ଭାବନ୍ତି ବୋଲି ଅନେକ ଥର ପୁଅମାନେ ଚିଡ଼ିଯାଆନ୍ତି ।

Get real time updates directly on you device, subscribe now.