fbpx

ଚମତ୍କାର ! ଭେଣ୍ଟିଲେଟରରେ ଥିବା ବ୍ରେନ୍ ଡେଡ୍ ମହିଳା ଶିଶୁକୁ ଦେଲେ ଜନ୍ମ, ବିଜ୍ଞାନ ଜଗତ ସମେତ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ

ଜଣେ ବ୍ରେନ୍ ଡେଡ୍ ମହିଳା ଛୁଆକୁ ଜନ୍ମ ଦେଇପାରିବେ କି? ଏହା ଏକ ଜଟିଳ ପ୍ରଶ୍ନ କିନ୍ତୁ ଏହା କେବଳ ବହିରେ ସୀମିତ ନୁହେଁ । ସମ୍ପ୍ରତି ଜଣେ ବ୍ରେନ୍ ଡେଡ୍ ମହିଳା ଏକ ସୁସ୍ଥ ସନ୍ତାନ ଜନ୍ମ କରି ବିଜ୍ଞାନ ଜଗତକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

ନିକଟରେ ଏହିପରି ୩୫ ଟି ଘଟଣାର ବିସ୍ତୃତ ଅଧ୍ୟୟନରେ ଜଣାପଡିଛି ଯେ, ୨୭ ଜଣ ମହିଳା ଜୀବନ୍ତ ସନ୍ତାନ ଜନ୍ମ ଦେଇଛନ୍ତି, ସେଥିମଧ୍ୟରୁ ତିନୋଟି ସାଧାରଣ ପ୍ରସବ ଥିଲା । ବିଭିନ୍ନ କ୍ଷେତ୍ରରେ ନିମୋନିଆ ଏବଂ ସେପସିସ୍ ଅଭିଯୋଗ ମଧ୍ୟ ଗ୍ରହଣ କରାଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି ।

ମୁଣ୍ଡବିନ୍ଧାର ସମସ୍ୟା :-
ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଜଣେ ୩୧ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେତେବେଳେ ତାଙ୍କୁ ଭର୍ତ୍ତିି କରାଯାଇଥିଲା ସେତେବେଳେ ସେ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ, ଏହା ପରେ ତାଙ୍କୁ ଝଟକା ମଧ୍ୟ ଆସିଥିଲା । ସ୍କାନ ପରେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସେ ଗର୍ଭବତୀ ଥିବାରୁ ଜନ୍ମିତ ଶିଶୁ ସହିତ କ’ଣ କରାଯିବ ବୋଲି ପ୍ରଶ୍ନ ଉଠିଥିଲା । ଡାକ୍ତରୀ କ୍ଷେତ୍ରର ଅଲଗା ଅଲଗା ବିଶେଷଜ୍ଞ ଏବଂ ପରିବାର ସହ କଥା ହେବା ପରେ ଗର୍ଭଧାରଣକୁ ବଜାୟ ରଖିବାକୁ ନିଷ୍ପତ୍ତି ନିଆଗଲା ।

ବ୍ରେନ୍ ଡେଡ୍ ହୋଇଥିଲେ ମହିଳା :-

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପିଲାଟିକୁ ବଞ୍ଚାଇବା ଏକ ବଡ ଚ୍ୟାଲେଞ୍ଜ ଭଳି ଥିଲା । କିନ୍ତୁ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରେନ୍ ଡେଡ୍ ରୋଗୀକୁ ଭେଣ୍ଟିଲେଟରରେ ରଖି ନାସୋଗାଷ୍ଟ୍ରିକ୍ ଫିଡିଂ ଟ୍ୟୁବ୍ ସାହାଯ୍ୟରେ ଥାଇରକ୍ସାଇନ୍ ସ୍ତର, ରକ୍ତଚାପ ସ୍ତର ନିୟନ୍ତ୍ରଣ କରାଯାଇଥିଲା । କେବଳ ଏତିକି ନୁହେଁ, ଶରୀରରେ ରକ୍ତ ଜମାଟ ବାନ୍ଧିବା ପାଇଁ ବ୍ଲଡ ଥିନରର ବ୍ୟବହାର କରାଯାଇଥିଲା । ଏହିପରି ଭାବରେ ସମସ୍ତ ଚ୍ୟାଲେଞ୍ଜରୁ ମୁକ୍ତି ପାଇ ବ୍ରେନ୍ ଡେଡ୍ ମହିଳାଙ୍କୁ ଅପରେସନ୍ କରାଯାଇଥିଲା ଏବଂ ଶିଶୁଟିର ଡେଲିଭରୀ କରାଯାଇଥିଲା । ଡାକ୍ତରମାନେ କହିଛନ୍ତି ଯେ, ଏହି ମାମଲା ଆସିବା ପରେ ସେହି ୩୫ ଟି ମାମଲା ଅଧ୍ୟୟନର ଏକ ଅଂଶ କରାଯାଇଥିଲା, ଯାହା ବ୍ରେନ୍ ଡେଡ୍ ରୋଗୀ ହେବା ସହ ଗର୍ଭବତୀ ଥିଲେ । ଡାକ୍ତରଙ୍କ କହିବାନୁସାରେ, ପ୍ରସବ ପରେ ବ୍ରେନ୍ ଡେଡ୍ ମହିଳାମାନଙ୍କଠାରେ ସେପସିସ୍ ଭଳି ସମସ୍ୟା ମଧ୍ୟ ଦେଖାଦେଇଥିଲା ।

Get real time updates directly on you device, subscribe now.