fbpx

ବ୍ରଜରାଜନଗର ଉପ-ନିର୍ବାଚନ: ଆସିଲା ୧୬ ରାଉଣ୍ଡ ରେଜଲ୍ଟ, ବିଜେପିକୁ ମାତ୍ ଦେଉଛି କଂଗ୍ରେସ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ୧୬ ରାଉଣ୍ଡ ରେଜଲ୍ଟ । ୧୬ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ ଅଛନ୍ତି । ଦ୍ୱିତୀୟରେ କଂଗ୍ରେସ ଥିବାବେଳେ ପଛରେ ପଡିଯାଇଛି ବିଜେପି । ୧୬ ରାଉଣ୍ଡ ସୁଦ୍ଧା ମୋଟ ୫୧,୨୧୯ ଭୋଟ ବ୍ୟବଧାନରେ କଂଗ୍ରେସଠୁ ଆଗରେ ଅଛି BJD । ୧୬ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୩୬୦୪ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୧୦୯ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୨୦୬୬ ଖଣ୍ଡ ଭୋଟ ମିଳିଛି ।

ସମୁଦାୟ ୧୬ ରାଉଣ୍ଡ ସୁଦ୍ଧା ୩୮,୩୮୯ ଖଣ୍ଡ ଭୋଟରେ ଆଗୁଆ ଅଛି ବିଜେଡି । ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୭୫,୩୧୭ ଭୋଟ୍ ମିଳିଛି । ଦ୍ୱିତୀୟରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୧,୨୨୧ ଭୋଟ୍ ମିଳିଛି । ଅନ୍ୟପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୧୮,୮୯୭ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି ।

ତେବେ ଭୋଟଗଣତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଭିଏମରେ ସିଲ୍ ହୋଇ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ୨୭୯ ବୁଥରେ ଥିବାରୁ ୨୦ ରାଉଣ୍ଡରେ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ଭୋଟ ଗଣତି ପାଇଁ ତ୍ରିିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଭିତରେ କିଏ ବାଜି ମାରିବ, ତାହା ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି । ଦ୍ୱିତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି ବିଜେଡି ।

ସୂଚନାଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନରେ ୭୧.୫୩% ମତଦାନ ହୋଇଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପ ନିର୍ବାଚନରେ ଭୋଟ ହାର ହ୍ରାସ ପାଇଛି । ଚଳିତ ନିର୍ବାଚନରେ ମୋଟ୍ ୧.୫୩ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲଙ୍କ ସମେତ ମୋଟ୍ ୧୧ଜଣ ପ୍ରାର୍ଥୀ ଏହି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

Get real time updates directly on you device, subscribe now.