fbpx

ଲେଡିସ୍ ହଷ୍ଟେଲ୍ ବାଥରୁମ ସାୱାରରେ କ୍ୟାମେରା ଲଗାଇଥିଲା ଡାକ୍ତରଙ୍କ ପୁଅ, ଭିଡିଓକୁ ନେଇ କରୁଥିଲା ବ୍ଲାକମେଲ

ପ୍ରୟାଗରାଜ: ଆପଣ ତ ଜାଣିଥିବେ ଏପରି କିଛି ଚେଞ୍ଜିଂ ରୁମ ବା ବାଥରୁମ ଅଛି ଯେଉଁଠାରେ ଅପରାଧୀ ମାନେ ବିଭିନ୍ନ କୌଶଳରେ ଛୋଟ ଛୋଟ କ୍ୟାମେରା ଲଗାଇଥାଆନ୍ତି । ଯଦି ଆପଣ ଛାତ୍ରାବାସରେ ରହୁଛନ୍ତି ତାହାଲେ ହୋଇଯାଆନ୍ତୁ ସାବଧାନ। କାରଣ ଛାତ୍ରାବାସର ବାଥରୁମରେ ମଧ୍ୟ କ୍ୟାମେରା ଲଗାଇବାକୁ ପଛାଉ ନାହାନ୍ତି ଅପରାଧି। ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଯେଉଁଠାରେ ଜଣେ ଡାକ୍ତରଙ୍କ ପୁଅ ଘଟାଇଛନ୍ତି ଏହିଭଳି ଲଜ୍ଜାଜନକ ଘଟଣା ।

ଡାକ୍ତରଙ୍କ ପୁଅ ନିଜ ଘରର ତୃତୀୟ ମହଲାରେ ଥିବା ଛାତ୍ରାବାସର ବାଥରୁମର ସାୱାରରେ ଲଗାଇଥିଲା ଏକ ଗୁପ୍ତ କ୍ୟାମେରା। ଏହି କ୍ୟାମେରା ଦ୍ୱାରା ଝିଅମାନଙ୍କ ଗାଧୋଇବା ଭିଡିଓକୁ ଦେଖୁଥିଲା। ଜଣେ ଛାତ୍ରୀ ସାୱାରରୁ ପାଣି ଠିକ ଭାବରେ ଆସୁ ନଥିବାରୁ ଏହାକୁ ଖୋଲିଥିଲେ ପରେ ସାୱାର ଭିତରୁ ଏକ କ୍ୟାମେରା ଓ ତାର ବାହାରିଥିଲା। ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ କର୍ନଲଗଞ୍ଜ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ପୋଲିସ ଅଭିଯୁକ୍ତଙ୍କ କମ୍ପ୍ୟୁଟର ଲ୍ୟାବରୁ ୯ଟି ହାର୍ଡ ଡିସ୍କ,ଡିଜିଟାଲ ଭିଡିଓ ରେକର୍ଡର ଓ କମ୍ପ୍ୟୁଟର ଜବତ କରିଛି। ଏହା ସହିତ ଏକ ଡାଏରୀ ମଧ୍ୟ ମିଳିଥିଲା ଯେଉଁଥିରେ ଝିଅ ମାନଙ୍କ ନମ୍ବର ଲେଖାଥିଲା। ଅଭିଯୁକ୍ତ ଆଶିଷ ଠାରୁ ମିଳିଥିବା ହାର୍ଡ ଡିସ୍କରେ ଝିଅ ମାନଙ୍କ ନ୍ୟୁଡ ଭିଡିଓ ମିଳିଥିଲା। ଅଭିଯୁକ୍ତ ଝିଅ ମାନଙ୍କୁ ବ୍ଲାକମେଲ କରିବା ସହ ଏହି ଭିଡିଓକୁ ସୋସିଆଲ ମିଡିଆରେ ବିକ୍ରି କରୁଥିବା ପୋଲିସ ସନ୍ଦେହ କରୁଛି। ଜବତ ହୋଇଥିବା ସମସ୍ତ ସାମଗୀକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି।

Get real time updates directly on you device, subscribe now.