fbpx

ସେମିନାର ବାହାନାରେ ଡାକିଲେ, ଫ୍ରେଣ୍ଡସିପ୍ ନାରେ ବାଧ୍ୟ କରି ସେକ୍ସ କଲେ ବ୍ରହ୍ମପୁର ଡାକ୍ତର: ବୋହୂବେଶରେ ଶ୍ୱଶୁର ଘର ଆଗରେ ଧାରଣାରେ ଡିମ୍ପଲ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ଲଭ, ସେକ୍ସ ଆଉ ଧୋକା । ଏମିତି କିଛି ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ପ୍ରେମ ଜାଲରେ ଫସାଇ ଡାକ୍ତର ବାବୁ ପ୍ରଥମେ ଗର୍ଭବତୀ କଲେ । ଶେଷରେ ଛୁଆ ମଧ୍ୟ ନଷ୍ଟ କରିଥିଲେ । ଆଉ ବର୍ତ୍ତମାନ ଝିଅକୁ ଗ୍ରହଣ କରିବାକୁ ରାଜି ନାହାନ୍ତି । ଏମିତି ଏକ ଅଭିଯୋଗ ସହିତ ଶ୍ୱଶୁର ଘର ଆଗରେ ବୋହୂ ବେଶରେ ଧାରଣା ଦେଇଛନ୍ତି ଡିମ୍ପଲ । ପ୍ରେମ କରି ସେମିନାର ବାହାନରେ ଡକାଇ ଫ୍ରେଣ୍ଡସିପ ଆଳରେ ତାଙ୍କ ସହିତ ସେକ୍ସ କରିଥିଲେ ଡାକ୍ତର ବାବୁ । ଏହାପରେ କୋର୍ଟ ମ୍ୟାରେଜ କରିବା ସହିତ ଦୀର୍ଘ ୭ ମାସ କାଳ ଏକାଠି ମଧ୍ୟ ରହିଥିଲେ । ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ ପରେ ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶୃତି ଦେଇ ଭଣ୍ଡାଇଥିଲେ ଶ୍ୱଶୁର ଘର । ଏପରିକି ଆଜି ବିବାହ ପାଇଁ ଦିନ ଧାର୍ଯ୍ୟ କରିଥିବା ବେଳେ କୌଣିସି ଆୟୋଜନ କରିନଥିଲେ । ଏନେଇ ଆଜି ଡିମ୍ପଲ ବିବାହ ପୋଷାକରେ ସଜବାଜ ହୋଇ ଶଙ୍ଖ ଓ ମୃଦୁଙ୍ଗ ବଜାଇ ପୁଅ ଘର ସାମ୍ମାରେ ଧାରଣା ଦେଇଥିଲେ ।
ବଧୁ ବେଶରେ ସଜବାଜ ହୋଇ ଯୁବତୀ ନିଜ ପ୍ରେମିକଙ୍କ ଘର ଆଗକୁ ଶଙ୍ଖ ବଜାଇ ବଜାଇ ପହଞ୍ଚିଥିବା ଭଳିଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହରର ନୂଆବସଷ୍ଟାଣ୍ଡ ନିକଟ ବ୍ରହ୍ମାନଗର ପ୍ରଥମ ଲାଇନରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଏକ ଅସହଜ ପରିସ୍ଥିତି । ସେପଟେ ପ୍ରେମିକ ଡାକ୍ତର ସାହୁଙ୍କ ଘର ଲୋକେ ତାଙ୍କୁ ଗ୍ରହଣ କରିବାକୁ ମନା କରିଥିବା ବେଳେ ଘର କବାଟ ମଧ୍ୟ ଖୋଲିନଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀ ଜଣଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଯୁବତୀ ଜଣକ ପ୍ରେମିକ ଘର ଆଗରେ ବସିରହିଛନ୍ତି ।

ବ୍ରହ୍ମପୁର ମହିଳା ଥାନା ପୋଲିସ ଓ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବତୀ ଜଣଙ୍କୁ ବୁଝା ସୁଝା କରିଥଲେ । ସଂପୃକ୍ତ ଯୁବତୀଙ୍କ ଚାରି ମାସ ତଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ମହିଳା ଥାନାରେ ମାମଲା ରୁଜୁ କରିଥିଲେ । ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବା ହେତୁ ପୋଲିସ ତାଙ୍କୁ ଏଭଳି କାର୍ଯ୍ୟକଳାପରୁ ବିରତି ରହିବାକୁ ନିର୍ଦ୍ଦେଶ ଦେଇଥିଲା । ସେପଟେ ଏହି ଘଟଣା ସମ୍ପର୍କରେ ପ୍ରେମିକା କିମ୍ୱା ପ୍ରେମିକାର ଘର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଘଟଣାର ତଦନ୍ତ କରାଯାଉଥିବା ବ୍ରହ୍ମପୁର ଏସପି ପିନାକି ମିଶ୍ର କହିଛନ୍ତି ।

Get real time updates directly on you device, subscribe now.