fbpx

ମହିଳା ଆସେସ୍: ଇଂଲଣ୍ଡର ଲଢୁଆ ବ୍ୟାଟିଂ ସତ୍ତେ୍ୱ ଡ୍ର’ରେ ଶେଷ ହେଲା ମୁକାବିଲା

Advertisement

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ମହିଳା ଆସେସ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଅନ୍ତିମ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ ୨୫୭ ରନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ୨୪୫ ରନ ସଂଗ୍ରହ କରିଥିଲା । ଇଂଲଣ୍ଡ ଦିନର ଆରମ୍ଭରୁ ହିଁ ବିଜୟ ପାଇଁ ଖେଳିଥିଲା । ତେବେ ମାତ୍ର ୨୭ ରନରେ ଶେଷ ୫ ୱିକେଟ ହରାଇ ସଙ୍କଟରେ ପଡି ଯାଇଥିଲା । ସୋଫି ଏକେଲଷ୍ଟୋନ ଏବଂ କେଟ୍ କ୍ରସ ଅନ୍ତିମ ୧୩ଟି ବଲ ଖେଳିବା ସହିତ ମ୍ୟାଚ ଡ୍ର କରିଥିଲେ ।

ପ୍ରଥମ ଇନିଂସରେ ୪୦ ରନରେ ଆଗୁଆ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ମାତ୍ର ୨୧୬ ରନରେ ପାଳି ଘୋଷଣା କରିଥିଲା । ୪୮ ଓଭରରେ ଇଂଲଣ୍ଡକୁ ବିଜୟ ପାଇଁ ୨୫୭ ରନ ଆବଶ୍ୟକ ଥିଲା । ଇଂଲଣ୍ଡର ସମସ୍ତ ବ୍ୟାଟ୍ସମ୍ୟାନ ନୀର୍ଭିକ ଖେଳ ପ୍ରଦର୍ଶନ କରିବା ସହିତ ସହଜ ବିଜୟ ଆଡକୁ ଦଳ ଅଗ୍ରସର ହେଉଥିଲା । ଦଳୀୟ ସ୍କୋର ୨୧୮ ରନରେ ନାଟାଲି ସ୍କିଭର ଆଉଟ ହେବା ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରବର୍ତ୍ତୀ ୨୭ ରନରେ ଦଳ ୫ ୱିକେଟ ହରାଇଥିବା ବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିଥର ନାଇଟ(୪୮), ସୋଫିଆ ଡଙ୍କଲି(୪୫), ଟାମି ବ୍ୟୁମୋଣ୍ଟ(୩୬) ଏବଂ ଲୌରେନ ୱିନଫିଲ୍ଡ(୩୩) ଉପଯୋଗୀ ବ୍ୟାଟିଂ କରିଥିଲେ । ପ୍ରଥମ ଇନିଂସରେ ଅପରାଜିତ ୧୬୮ ରନ କରିଥିବା ହିଥର ନାଇଟଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.