ଅନେକ ବ୍ୟକ୍ତି ଅତ୍ୟଧିକ ଥଣ୍ଡାକୁ ସହ୍ୟ କରିପାରନ୍ତି ନାହିଁ । ଆପଣ ଯେତେ ସ୍ତରର ମୋଟା ପୋଷାକ ପିନ୍ଧିଲେ ବି ଯଦି ଆପଣ ଶରୀର ଭିତରୁ ଉଷ୍ମତା ନ ପାଆନ୍ତି ତେବେ ବିଶେଷ କିଛି ପ୍ରଭାବ ପଡ଼ିନଥାଏ । ଏଥିପାଇଁ ଏହା ଜରୁରୀ ଯେ ଆପଣ ଏପରି ଜିନିଷ ଖାଆନ୍ତୁ ଯାହା ଶରୀରକୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । ଯାହା ଆପଣଙ ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ । ତେବେ ଗହମ ବ୍ୟତୀତ ଅନ୍ୟ କିଛି ଶସ୍ୟରୁ ପ୍ରସ୍ତୁତ ରୁଟି ଏହି ଋତୁରେ ଖାଇବା ଭଲ । ଏହା ଦ୍ୱାରା ଆପଣଙ୍କ ଶରୀର ଉଷୁମ ରହିବା ସହିତ ଶୀତର ପ୍ରଭାବ ଆପଣଙ୍କ ଶରୀର ଉପରେ କିଛି ମାତ୍ରାରେ କମିଯାଏ ।
ବାଜରା- ବାଜରାରୁ ପ୍ରସ୍ତୁତ ରୁଟି ପ୍ରାୟତଃ ଶୀତ ଋତୁରେ ଖିଆଯାଏ । ଏଥିରେ ହାଇ ଫାଇବର, ଆଇରନ, ପୋଟାସିୟମ୍ ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଥାଏ ଯାହା ଆମ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ ।
ବକହ୍ୱିଟ- ଆପଣ ନିଶ୍ଚୟ ଦେଖିଥିବେ ଯେ ଉପବାସ ସମୟରେ ବକହ୍ୱିଟରୁ ପ୍ରସ୍ତୁତ ରୁଟି ଖିଆଯାଏ । ତେବେ ଶୀତଦିନେ ମଧ୍ୟ ଏହା ବେଶ ଲାଭଦାୟକ । ଏଥିରେ ଥିବା ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଫାଇବର ଆମକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ ।
ମକା- ମକା ରୋଟି ଏବଂ ସୋରିଷ ଶାଗର ଯୋଡ଼ି ସମ୍ପର୍କରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ମକାକୁ ନ୍ୟୁଟ୍ରିଏଣ୍ଟ୍ର ପାସ୍ୱାରହାଉସ ବୋଲି କୁହାଯାଏ । କାରଣ ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ସେଲେନିୟମ୍ ଏବଂ ବିଟା କାରୋଟିନ୍ ଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡା, କାଶ ଏବଂ ଫ୍ଲୁ ଆଦି ରୋଗକୁ ଦୂରରେ ରଖିଥାଏ । ସେଥିପାଇଁ ଉତ୍ତର ଭାରତରେ ଏହାର ଚାହିଦା କାହିଁରେ କ’ଣ ।