fbpx

BREAKING: ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥର ମାଡ଼

ଝାରସୁଗୁଡ଼ା: (ଓଡ଼ିଶା ଭାସ୍କର) ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥର ମାଡ଼ ହୋଇଛି । ସୂଚନା ଅନୁଯାୟୀ, ଘର ସାମ୍ନାରେ ରହିଥିବା ଗାଡ଼ିକୁ ପଥର ଫିଙ୍ଗି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାଇଲେ ଟଙ୍କଧର ତ୍ରିପାଠୀ । ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି ।

ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡା ସ୍ଥିତ ବାସଭବନରେ ରଖାଯାଇଥିବା ଗାଡିକୁ ପଥର ଫିଙ୍ଗି ଫେରାର ହୋଇଛନ୍ତି ଦୁର୍ବୃତ୍ତ।  ତେବେ ଏପରି ପଥର ମାଡ଼ କରିବା ପଛର କାରଣ ଜଣା ପଡ଼ିନାହିଁ । ଏହା ରାନୈତିକ ବିରୋଧାଚରଣ ହୋଇପାରେ ବୋଲି କୁହାଯାଉଛି । ସେପଟେ ଅଭିଯୋଗକୁ ଆଧାର କରି ତଦନ୍ତ କରିବ ପୋଲିସ ।  ପଥର ମାଡ଼ କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମିଳି ପାରି ନାହିଁ ।

Get real time updates directly on you device, subscribe now.