fbpx

ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଅତିଥି ହେବେ ଝୁମ୍ପୁଡି ବସ୍ତିର ଏହି ଦୁଇ ବାଳକ ,ଜାଣନ୍ତୁ ସେମାନଙ୍କ ପ୍ରତିଭା

ନୂଆଦିଲ୍ଲୀ:ବିହାର ଝୁମ୍ପୁଡି ବସ୍ତିର ଦୁଇ ବାଳକ ରାଷ୍ଟ୍ରୀୟ ପୁରସ୍କାର ଜିତିଛନ୍ତି । ସେ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଅତିଥି ପାଲଟିବେ । ଦୁଇ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମଧ୍ୟ ଆମନ୍ତ୍ରଣ ଆସିଛି ।

ବିହାରର ପୂର୍ଣ୍ଣିଆ ଝୁମ୍ପୁଡି ବସ୍ତିର ଏହି ଦୁଇ ବାଳକ ନିଜ ପ୍ରତିଭାର ଏପରି ପରାକାଷ୍ଠା ଦେଖାଇଛନ୍ତି ତାହା ସମଗ୍ର ବିହାର ରାଜ୍ୟକୁ ଗୌରବାନ୍ୱିତ କରିଛି । ଏହି ବାଳକ ଏବେ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ହେବେ ଅତିଥି । ଏହା ସହିତ ରାଷ୍ଟ୍ରପତି ଭବନରେ ରିଟ୍ରିଟ୍‌ରେ ବି ସାମିଲ ହେବେ । ୨୯ ଜାନୁୟାରୀରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ବି ଦୁଇଜଣ ସାମିଲ ହେବେ ।

ପୂର୍ଣ୍ଣିଆ କିଲକାରୀର ଦୁଇ ବାଳକ ସୁମିତ ଓ ଆଦିତ୍ୟ ରାଷ୍ଟ୍ରୀୟ କଳା ଉତ୍ସବରେ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରି ପୁରା ବିହାର ରାଜ୍ୟର ନାମ ଉଜ୍ଜ୍ୱଳ କରିଛନ୍ତି । ସୁମିତ ସହରର ମାତା ଚୌକ ଝୁମ୍ପୁଡି ବସ୍ତିରେ ରୁହନ୍ତି । ସେହିପରି ଆଦିତ୍ୟ ଏକ ଛୋଟ ଗ୍ରାମ ଝୁନିକଲାର ଜଣେ ଗରିବ କୃଷକଙ୍କ ପୁଅ । ସୁମିତ କହିଛନ୍ତି ତାଙ୍କ ପିତା ଦୀପକ ମଲ୍ଲିକ, ମାତା ଓ ଭାଇ ନଗରନିଗମରେ ସଫେଇ କର୍ମଚାରୀ ଭାବରେ କାମ କରନ୍ତି । ଆର୍ଥିକ ସମସ୍ୟା କାରଣରୁ ସେ ମାତ୍ର ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପଢା ଛାଡି ଦେଇଥିଲେ ଓ ଏକ ଦୋକାନରେ କାମ କରିଥିଲେ ।

ଏହାପରେ ସେ ପୂର୍ଣ୍ଣିଆର କିଲକାରୀ ସଂସ୍ଥାରେ ନାମ ଲେଖାଇଥିଲେ । ଏହାପରେ ସେ ଦିଲ୍ଲୀରେ ୭ରୁ ୧୩ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ରାଷ୍ଟ୍ରୀୟ କଳା ଉତ୍ସବରେ ଭିକାରୀ ଠାକୁର ଅଭିନୟର ପ୍ରସ୍ତୁତି କରିଥିଲେ । ଏଥିରେ ସେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ଆଦିତ୍ୟ ଦିଲ୍ଲୀର ଜାତୀୟ ବାଳ ଭବନରେ ଆୟୋଜିତ ରାଷ୍ଟ୍ରୀୟ କଳା ଉତ୍ସବରେ ସୀମାଞ୍ଚଳ ଝୋଟରୁ ଏପରି ହସ୍ତଶିଳ୍ପ ତିଆରି କରିଥିଲେ ଯାହାର ବେଶ୍ ପ୍ରଶଂସା କରାଯାଇଥିଲା ଓ ରାଷ୍ଟ୍ରୀୟ ସ୍ତରରେ ସେ ଦ୍ୱିତୀୟ ପୁରସ୍କାର ପାଇଥିଲେ ।

Get real time updates directly on you device, subscribe now.