fbpx

Breaking News: ଭୋଜିରୁ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ, ୩ ଆହତ

ଭୁବନେଶ୍ୱର: ସାଙ୍ଗମାନେ ମିଶି ଭୋଜି କରୁଥିବା ସମୟରେ ଗଣ୍ଡଗୋଳ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଗଣ୍ଡଗୋଳରେ ଫାଙ୍କା ଗୁଳି ଫୁଟାଯାଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଅନ୍ତର୍ଗତ ଗରେଇଝୁଳି ଗାଁରେ । ନିଜ ନିଜ ଭିତରେ ଗଣ୍ଡଗୋଳ ଘଟି ୩ ଜଣ ଏଥିରେ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଆହତଙ୍କୁ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଗଣ୍ଡଗୋଳ ମଧ୍ୟରେ ଫାଙ୍କା ଗୁଳି ମଧ୍ୟ ଫୁଟାଯାଇଥିଲା ।

ନିଜ ନିଜ ଭିତରେ ପିଟାପିଟି ହୋଇ ଏପରି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ଗଣ୍ଡଗୋଳ ତୁଟାଇବାକୁ ଯାଇଥିବା ବ୍ୟକ୍ତି ମଧ୍ୟ ଏଥିରେ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ କେନ୍ଦୁବାଡ଼ି ପଞ୍ଚାୟତର ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁ । ଗୁରୁତର ଅବସ୍ଥାରେ ନରେନ୍ଦ୍ରଙ୍କୁ MKCG ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାରେ ଆଉ ୨ ଜଣ ମଧ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.