fbpx

BREAKING NEWS: ହେଲିକପ୍ଟରରୁ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

Advertisement

ନୂଆଦିଲ୍ଲୀ: ହେଲିକପ୍ଟରରୁ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ । ଆଜି ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ନୌସେନାର ୪୨B ହେଲିକପ୍ଟରରୁ ଏହି ଆଣ୍ଟି ସିପ୍‌ ମିସାଇଲ୍‌ର ପରୀକ୍ଷଣ ହୋଇଛି। ତେବେ ଭାରତୀୟ ନୌସେନା ପକ୍ଷରୁ ଏହି ଖୁସି ଖବର ଦିଆଯାଇଛି ।

ଭାରତୀୟ ନୌସେନା ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରର ଲକ୍ଷ୍ୟପଥ ଏବଂ କାର୍ୟ୍ୟକାରିତାକୁ ନଜର ରଖାଯାଇଥିଲା। ଏହି ପରୀକ୍ଷା ସମୟରେ ନୌସେନା ଏବଂ DRDO ର ବରିଷ୍ଠ ଅଧିକାରୀମାନେ ଏହି ପରୀକ୍ଷା ଉପରେ ନଜର ରଖିଥିଲେ। ତେବେ ଏହି ସଫଳତା ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ସମୁଦ୍ର ଉପରେ ଉଡ଼ୁଥିବା ଏକ ଭାରତୀୟ ନୌସେନା ହେଲିକପ୍ଟରରୁ ଆଣ୍ଟି-ସିପ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା ସଫଳତାର ସହିତ ଏହାର ଲକ୍ଷ୍ୟକୁ ମାଡ କରିଥିଲା ​। ତେବେ ଏଠାରେ କହି ରଖୁଛୁ ଯେ, ଏହାପୂର୍ବରୁ ଗତ ବର୍ଷ ମେ ମାସରେ ମଧ୍ୟ DRDO ସହଯୋଗରେ ନୌସେନା ସଫଳତାର ସହ ଆଣ୍ଟି ସିପ୍‌ ମିସାଇଲ୍‌ର ପରୀକ୍ଷା କରିଥିଲା।

Get real time updates directly on you device, subscribe now.