fbpx

ସୁହାଗ ରାତିରେ ବରକୁ ମରଣାନ୍ତକ ଆକ୍ରମଣ କଲା କନ୍ୟା: ଟଙ୍କା ଓ ସୁନାଗହଣା ଧରି ପ୍ରେମିକ ସହ ହେଲା ଫେରାର୍

ବିଜନୋର, ୧୯ା୩: ବିବାହର ପ୍ରଥମ ରାତି ଯେ ଏତେ ଭୟଙ୍କର ହୋଇପାରେ ତାହାର ଏକ ନମୂନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ବିଜନୋର ଜିଲ୍ଲାରେ ଜଣେ କନ୍ୟା ସୁହାଗ ରାତିରେ ନିଜ ସ୍ୱାମୀଙ୍କୁ ମୁଣ୍ଡରେ ଜୋରରେ ଆଘାତ କରିଥିଲେ । ବର ଅଚେତ ହୋଇଯିବା ପରେ କନ୍ୟା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଧରି ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ।

ବିଜନୋର ଜିଲ୍ଲାର ଜଣେ ଯୁବକ ହରିଦ୍ୱାରର ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହର ସମସ୍ତ ରୀତିନୀତି ଶେଷ ହେବା ପରେ ରାତି ୧୧ଟା ସମୟରେ କନ୍ୟାଙ୍କୁ ତାଙ୍କ ରୁମରେ ଛାଡ଼ିଥିଲେ । କନ୍ୟା ଚୁପ୍ ଚାପ୍ ବର ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ବର ବେହୋସ୍ ହୋଇଯାଇଥିଲା । ପରେ କନ୍ୟା ଟଙ୍କା, ସୁନା ଅଳଙ୍କାର, ଦାମୀ ମୋବାଇଲ ଆଦି ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲା । ଚେତା ଫେରିବା ପରେ ବର ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.