ନୂଆଦିଲ୍ଲୀ: ଏବେ ବିବାହକୁ ନେଇ ଏକ ବଡ ଘୋଷଣା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଚାଷୀ ଘରର ପୁଅଙ୍କୁ ବିବାହ କଲେ କନ୍ୟାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଚାଷ କରି ଜୀବନଯାପନ କରୁଥିବା ପରିବାରର ପୁଅମାନଙ୍କ ବିବାହକୁ ନେଇ ଅନେକ ସମସ୍ୟା ଦେଖାଦେଉଛି । ସେମାନଙ୍କୁ ବିବାହ ପାଇଁ ଅଧିକାଂଶ କନ୍ୟା ପକ୍ଷ ରାଜି ହେଉନାହାନ୍ତି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ଖୁବ ସହାୟକ ହେବ ।
ତେବେ ଏହି ନିଷ୍ପତ୍ତି ବର୍ତ୍ତମାନ ଲାଗୁ କରାଯାଇ ନାହିଁ । କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଏ ନେଇ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳର ନେତା ଏଚ.ଡି କୁମାରସ୍ୱାମୀ । ଚାଷୀ ଘରର ପୁଅମାନଭ୍କୁ ବିବାହ କଲେ କନ୍ୟାଙ୍କୁ ୨ ଲକ୍ଷ ଟଭ୍କା ଉପହାରରେ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ତେବେ ଯଦି ଜନତା ଦଳ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିବ, ଏହି ନିୟମ ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି । କୋଲାରରେ ଅନୁଷ୍ଠିତ ‘ପଞ୍ଚାରାଥନା’ ସମାବେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି ଏଚ.ଡି କୁମାରସ୍ୱାମୀ । ଚାଷୀ ପରିବାରର ପୁଅମାନଙ୍କୁ ବିବାହ କରିବାକୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ କରିବା ପାଇଁ ଏପରି ଏକ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ସେ କହିଛନ୍ତି ।
ତେବେ ଏଚ.ଡି କୁମାରସ୍ୱାମୀ କହିଛନ୍ତି ଯେ, ମୋତେ ଏକ ଆବେଦନ ପତ୍ର ମିଳିଛି । ଆଜିକାଲିର ଚାଷୀମାନେ ପୁଅଙ୍କୁ ବିବାହ କରିବା ପାଇଁ ରାଜି ହେଉନାହାନ୍ତି । ତେଣୁ ଚାଷୀର ପୁଅଙ୍କୁ ବିବାହ କରିବା ପାଇଁ ରାଜି ହେଉଥିବା ଝିଅମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା ଉଚିତ ବୋଲି ଏଥିରେ ଉଲ୍ଲେଖ ରହିଛି । ଏଭଳି ଏକ ନିଷ୍ପତ୍ତି ନେଲେ ଚାଷୀଙ୍କ ପୁଅଙ୍କୁ ନେଇ ରହିଥିବା ବିବାହ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।