fbpx

ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଲାଇବା ବ୍ୟାୟାମ ଅପେକ୍ଷା ମସ୍ତିଷ୍କ ପାଇଁ ଦେଢ଼ଗୁଣା ଅଧିକ ପ୍ରଭାବଶାଳୀ: ରିସର୍ଚ୍ଚ

ନିୟମିତ ବ୍ୟାୟାମ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ମଧ୍ୟମ ଶାରୀରିକ କାର୍ଯ୍ୟକଳାପ ଯେପରିକି ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଲାଇବା ଆମ ମସ୍ତିଷ୍କ ପାଇଁ ବ୍ୟାୟାମ ତୁଳନାରେ ଦେଢ଼ଗୁଣା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଗତ ୩୦ ବର୍ଷ ମଧ୍ୟରେ ପ୍ରକାଶିତ ତଥ୍ୟ ଉପରେ ଆଧାର କରି ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ଏହି ଅଧ୍ୟୟନଟି ଅଟଓ୍ବା ବିଶ୍ୱବିଦ୍ୟାଳୟର ସ୍ବାସ୍ଥ୍ୟ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ମାଥିଉ ବୋଇସଗୋଣ୍ଟିଅର୍‌ ଏବଂ ସ୍ବିସ ସେଣ୍ଟର ଫର ଇଫେକ୍ଟିଭ ସାଇନ୍ସ ୟୁନିଭରସିଟି ଡେ ଜେନେଭାର ବରିଷ୍ଠ ଗବେଷକ ବୋରିସ ଚେଭାଲଙ୍କ ଅନୁସନ୍ଧାନ ଉପରେ ଆଧାରିତ।

ଏହି ଅଧ୍ୟୟନ ପରେ, ସ୍ବାସ୍ଥ୍ୟ ଏବଂ ସ୍ନାୟୁ ବିଜ୍ଞାନର ଅନୁସନ୍ଧାନକାରୀମାନେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ଅଧ୍ୟୟନ କରିବା ପରେ ସିଦ୍ଧାନ୍ତରେ ପହଞ୍ଚିଥିଲେ ଉଭୟ ମଧ୍ୟମ ଏବଂ ଶକ୍ତିଶାଳୀ ଶାରୀରିକ କାର୍ଯ୍ୟକଳାପ ଜ୍ଞାନଗତ କାର୍ଯ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଜ୍ଞାନ ହେଉଛି ମଣିଷର ବିଭିନ୍ନ ମାନସିକ କାର୍ଯ୍ୟକଳାପର ସମନ୍ବୟ । ଏହି ପରିପ୍ରେକ୍ଷୀରେ କରାଯାଇଥିବା ପ୍ରଥମ ଅଧ୍ୟୟନ ହେଉଛି ୨୪ ମେଟା-ଆନାଲିସିସ ପରିସଂଖ୍ୟାନ ବିଶ୍ଳେଷଣ୍‌ର ସମୀକ୍ଷା। ଏହି ବିଶ୍ଳେଷଣ ସମାନ ପ୍ରଶ୍ନର ଅନେକ ବୈଜ୍ଞାନିକ ଅଧ୍ୟୟନର ଫଳାଫଳକୁ ଏକତ୍ର କରିଥିଲା।

ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନରେ ୧୧ ହଜାରରୁ ଅଧିକ ସୁସ୍ଥ ବ୍ୟକ୍ତିଙ୍କ ବ୍ୟାୟାମ ତଥ୍ୟ ପରୀକ୍ଷା କରିଥିଲେ। ଏହା ସିଦ୍ଧାନ୍ତରେ ସେମାନେ ଉପନୀତ ହୋଇଥିଲେ ନିୟମିତ ବ୍ୟାୟାମ ଜ୍ଞାନଗତ କାର୍ଯ୍ୟ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ।

Get real time updates directly on you device, subscribe now.