fbpx

ସହକର୍ମୀଙ୍କୁ କିସ୍ କରିବା ମହଙ୍ଗା ପଡ଼ିଲା, ଫଟୋ ଓ ଭିଡିଓ ଭାଇରାଲ୍ ପରେ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଇଂଲଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜର ସହକର୍ମୀଙ୍କୁ କିସ୍ କରିବା ପରେ ବିବାଦ ଘେରକୁ ଚାଲି ଆସିଥିଲେ ମନ୍ତ୍ରୀ ମାଟ୍ ହେନକକ୍ । ମାଟ୍ କିସ୍ କରିବା ସମୟର ଫଟୋ ଓ ଭିଡିଓ ଭାଇରାଲ ହେବା ସହ ବିଭିନ୍ନ ସମ୍ବାଦପତ୍ରରେ ଏହି ଖବର ପ୍ରକାଶିତ ହେବା ପରେ ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଫରେ ବିଭିନ୍ନ ମହଲରୁ ତାଙ୍କୁ ହଟାଇବା ନିମନ୍ତେ ଦାବି ହୋଇଥିଲା । ତେଣୁ ଶେଷରେ ଅନ୍ୟ ଉପାୟ ନପାଇ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ମାଟ୍ ।

କିଛି ଦିନ ପୂର୍ବରୁ ମାଟଙ୍କ ଉପରେ କରୋନା ନିୟମ ଉଲ୍ଲଂଘନ କରିବା ନେଇ ଅଭିଯୋଗ ହୋଇଥିଲା । ମାଟ୍ ତାଙ୍କର ଇସ୍ତଫା ପତ୍ର ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିକଟକୁ ପଠାଇଥିବା ବେଳେ ତାହା ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଏହି କିସ୍ ଘଟଣା ପ୍ରାଥମିକ ସ୍ତରରେ ଥିବାବେଳେ ମାଟ୍ ଇସ୍ତଫା ଦେବା ନେଇ ଅଗ୍ରାହ୍ୟ କରିଦେଇଥିଲେ ହେଁ କ୍ଷମାପ୍ରାର୍ଥନା କରିଥିଲେ । ମାତ୍ର ମନ୍ତ୍ରୀଙ୍କର ବ୍ୟବହାର ଠିକ୍ ନଥିଲା ବୋଲି କଞ୍ଜରଭେଟିଭ ପାର୍ଟିର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଥିଲେ । ତେବେ ମାଟଙ୍କ ବିଦାୟ ବୋରିସଙ୍କ ସରକାରକୁ ଏକ ଝଟକା ଦେଇଛି । ବିଗତ କିଛି ଦିନ ଧରି ବୋରିସଙ୍କ ସରକାର ଭ୍ରଷ୍ଟାଚାର, ଅର୍ଥ ବ୍ୟବସ୍ଥା ଓ ସେକ୍ସ ସ୍କାଣ୍ଡାଲକୁ ନେଇ ଲଗାତର ବିବାଦଘେରରେ ରହିଆସିଛି ।

Get real time updates directly on you device, subscribe now.