fbpx

ବିଶ୍ୱର ସବୁଠୁ ଶସ୍ତା ଶୀତଳ ଭଣ୍ଡାର; ଜାଣନ୍ତୁ କେତେ ଟଙ୍କାରେ ମିଳୁଛି

Advertisement

ପାଟନା: ଚାଷ ଏବଂ ଚାଷୀ ପାଇଁ ଶୀତଳ ଭଣ୍ଡାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ତେବେ ଶୀତଳଭଣ୍ଡାର ବ୍ୟବସ୍ଥା ମହଙ୍ଗା ଥିବାରୁ ଅଧିକ ଚାଷୀ ଏହି ସୁବିଧାର ଲାଭ ଉଠାଇବାରେ ସମର୍ଥ ହୋଇନଥାନ୍ତି । ଏହି କାରଣରୁ ଅନେକ ପରିମାଣରେ ଫଳ ଓ ପନିପରିବା ନଷ୍ଟ ହୋଇଯାଇଥାଏ । ଏଭଳି ସମସ୍ୟାର ସମାଧାନ ପାଇଁ ଏକ ବ୍ୟବସ୍ଥା ବାହାର କରିଛନ୍ତି ବିହାରର ଭାଇ-ଭଉଣୀ ଯୋଡି । ମାତ୍ର ୧୦ ହଜାର ଟଙ୍କାରେ ବିଶ୍ୱର ସବୁଠାରୁ ଶସ୍ତା ଶୀତଳ ଭଣ୍ଡାର ନିର୍ମାଣ କରିଛନ୍ତି ଏହି ଭାଇ-ଭଉଣୀ ଯୋଡି ।

ବିହାରର ଭାଗଲପୁର ଜିଲ୍ଳା ଅନ୍ତର୍ଗତ ଟୋଲା ଦୁଧେଲା ଗାଁର ନିକ୍କି କୁମାର ଝା ଏବଂ ରଶ୍ମୀ ଝା ଏହି ଅନନ୍ୟ ଶୀତଳଭଣ୍ଡାର ନିର୍ମାଣ କରିଛନ୍ତି । ଏହି ଷ୍ଟୋରେଜ ସିଷ୍ଟମର ନାମ ସବଜୀ କୋଠୀ ରଖାଯାଇଛି । ଏହି ଶୀତଳ ଭଣ୍ଡାରକୁ ଅତି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେବ । ଏହା ସହିତ ଟ୍ରକ୍, ଠେଲା ଗାଡି ଅଥବା ଘରେ ଏହାର ବ୍ୟବହାର କରାଯାଇପାରିବ । ସୁଗମ ଭାବରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେଉଥିବାରୁ କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପଟି ଲାଭଦାୟକ ରହିବ । ଏଥିରେ ବିଦ୍ୟୁତ ଖର୍ଚ୍ଚ ମଧ୍ୟ ହେବ ନାହିଁ ।

ସମ୍ପୂର୍ଣ୍ଣ ଭାବରେ ସୋଲାର ଲାଇଟ (ସୌର ଶକ୍ତି)ରେ ଏହି କୋଲ୍ଡ ଷ୍ଟୋରେଜ ପରିଚାଳିତ ହୋଇଥାଏ । ଟେଣ୍ଟ ପରି ଦେଖାଯାଉଥିବା ଏହି କୋଲ୍ଡ ଷ୍ଟୋରେଜ ମଧ୍ୟରେ ଏକ ମାଇକ୍ରୋ କ୍ଲାଇମେଟ ପ୍ରସ୍ତୁତ କରାଯାଇଛି । ଏହା ସହିତ ଏହା ଫଳ ଓ ପନିପରିବାକୁ ପାଥୋଜେନ(ଜୀବାଣୁ ମୁକ୍ତ) ରଖିବାରେ ସହାୟକ ହୋଇଥାଏ । ନିକ୍କି କୁମାର ଝା ନାଳନ୍ଦା ବିଶ୍ୱ ବିଦ୍ୟାଳୟରେ ଇକୋଲୋଜୀରେ ମାଷ୍ଟର୍ସ କରୁଥିବା ବେଳେ ରଶ୍ମୀ ମାଇକ୍ରୋ ବାୟୋଲୋଜିଷ୍ଟରେ ଶିକ୍ଷା ହାସଲ କରିଛନ୍ତି ।

Get real time updates directly on you device, subscribe now.