fbpx

ଆସନ୍ତାକାଲି ଷ୍ଟକ୍ ମାର୍କେଟ ଖୋଲା ରହିବ କି? ଜାନୁଆରୀ ୨୦ରେ BSE ଓ NSE ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନ୍ ଆୟୋଜନ କରିବେ

ନୂଆଦିଲ୍ଲୀ: ଶେୟାର ବଜାରରୁ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତକାଲି ଅର୍ଥାତ ଜାନୁଆରୀ ମାସ ୨୦ ତାରିଖରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନର ଆୟୋଜନ କରାଯିବ । ଇକ୍ୟୁଟି ଏଫଆଣ୍ଡଓ ସେଗମେଣ୍ଟ ଉପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।

ଏହି ସ୍ପେଶାଲ ଲାଇଭ୍ ସେସନ ମାଧ୍ୟମରେ ବିଏସଇ ଓ ଏନଏସଇ ବିପର୍ଯ୍ୟୟ ପୁନରୁଦ୍ଧାର (ଡିଆର) ସାଇଟକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଉଭୟ ବିଏସଇ ଓ ଏନଏସଇ ପକ୍ଷରୁ ଆସନ୍ତାକାଲି ଦୁଇଟି ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନର ଆୟୋଜନ କରାଯିବ । ବ୍ୟବସାୟ ନିରନ୍ତର ଯୋଜନାର ଏକ ଅଂଶ ଭାବେ ନିଜର ଡିଆର ସାଇଟକୁ ପରିବର୍ତ୍ତନ ପରିବା ନେଇ ବଜାର ଭିତ୍ତିଭୂମି ମଧ୍ୟସ୍ଥି (ଏମଆଇଆଇ) ମାନଙ୍କୁ ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଆଦେଶ ଦିଆଯାଇଥିଲା ।

ତେବେ ଏଭଳି ସ୍ଥିତିରେ ଆସନ୍ତାକାଲି ଷ୍ଟକ୍ ମାର୍କେଟ ଖୋଲା ରହିବ କି ନା ସେନେଇ ନିବେଶକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହି ଅବସରରେ ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନକୁ ନେଇ ଜିଇଜିଟ ଫାଇନାନ୍ସିଆଲ ସର୍ଭିସେସର ମୁଖ୍ୟ ବଜାର ରଣନୀତିଜ୍ଞ ଆନନ୍ଦ ଜେମ୍ସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଶନିବାର ଦିନ ହେବାକୁ ଥିବା ଟ୍ରେଡିଂ କାର୍ଯ୍ୟକ୍ରମ ବିଭିନ୍ନ କାରଣରୁ ଅଲଗା ରହିବ । ଦ୍ୱିତୀୟ ସେସନ ଆରମ୍ଭ ହେବା ପୂର୍ବରୁ ପ୍ରଥମ ସେସନର ଅର୍ଡରଗୁଡ଼ିକୁ ହଟାଇ ଦିଆଯିବ । ସେହିପରି ଏହି ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନରେ ନିବେଶକମାନେ କ୍ୟାଶ ଏବଂ ଏଫଆଣ୍ଡଓ ସେଗମେଣ୍ଟରେ ସେମାନଙ୍କର କ୍ରୟ ଓ ବିକ୍ରୟ ଅର୍ଡର ଦେଇପାରିବେ ବୋଲି ପ୍ରଭୁଦାସ ଲିଲ୍ଲାଧରର ଟେକ୍ନିକାଲ ଆନାଲିଷ୍ଟ ଶିଜୁ କୁଥୁପାଲାକ୍କଲ କହିଛନ୍ତି ।

ସକାଳ ୯.୧୫ରେ ପ୍ରଥମ ସେସନ ଆରମ୍ଭ ହୋଇ ସକାଳ ୧୦ଟାରେ ସମାପ୍ତ ହେବ । ଏହାପରେ ସକାଳ ୧୧.୩୦ରେ ଦ୍ୱିତୀୟ ସେସନ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ରେ ସମାପ୍ତ ହେବ । ଆଗାମୀ ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନକୁ ନେଇ ଏନଏସଇ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ଦ୍ୱିତୀୟ ସ୍ପେଶାଲ ଲାଇଭ୍ ଟ୍ରେଡିଂ ସେସନ ଡିଆର ସାଇଟରେ ଆୟୋଜନ କରାଯିବ । ସକାଳ ୧୧.୧୫ରେ ପ୍ରି-ଓପନ ସେସନ ଆରମ୍ଭ ହୋଇ ସକାଳ ୧୧.୩୦ରେ ସରିବ । ସାଧାରଣ ବଜାର ୧୧.୩୦ରେ ଖୋଲିବ ଓ ମଧ୍ୟାହ୍ନ ୧୨.୩୦ରେ ବନ୍ଦ ହେବ । କଲ ଅକସନ ଆଇଲିକ୍ୟୁଡ ସେସନ ୧୧.୪୫ରେ ଆରମ୍ଭ ହୋଇ ୧୨ଟାରେ ସରିବ । ଅନ୍ତିମ ସେସନ ୧୨.୪୦ରେ ଖୋଲିବ ଓ ୧୨.୫୦ରେ ସରିବ । ଟ୍ରେଡିଂ ମଡିଫିକେସନ ସମୟ ୧ଟାରେ ସରିବ । ଆସନ୍ତାକାଲି ଏକ ବୁଝାମଣା ଛୁଟିଦିନ ହେବ । ସେଥିପାଇଁ ଜାନୁଆରୀ ୧୯ ଠାରୁ ଏଫଆଣ୍ଡଓ ସେଗମେଣ୍ଟ ଓ ଇନଟ୍ରାଡେ ପ୍ରଫିଟର ଯେ କୌଣସି କ୍ରେଡିଟ ଏହି ସେସନ ଅବସରରେ ଟ୍ରେଡିଂ ପାଇଁ ଉପଲବ୍ଧ ହେବ ନାହିଁ ।

Get real time updates directly on you device, subscribe now.