ବରଫର ଚାଦର ଉପରେ ଡ୍ୟାନ୍ସ କଲେ BSF ଯବାନ, ଭାଇରାଲ ହେଲା ଭିଡ଼ିଓ

ନୂଆଦିଲ୍ଲୀ: ମାଟି ମା’ର ସେବା ପାଇଁ ନିଜ ଜୀବନକୁ ବି ବିପଦ ମୁହଁରେ ଠେଲିବାକୁ କୁଷ୍ଠାବୋଧ କରନ୍ତିନି ଯବାନ । ଦେଶର ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ସାମ୍ନା କରୁଥିବା ବିଏସଏଫ୍ ଯବାନଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ କିଛି ଯବାନ ଏଲଓସି ପାଖରେ ବରଫ ଆଚ୍ଛାଦିତ ସ୍ଥାନରେ ନିଜ ଡ୍ୟୁଟି କରୁଥିବା ବେଳେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓକୁ ବିଏସଏଫ୍ କାଶ୍ମୀରର ଅଫିସିଆଲ ହ୍ୟାଣ୍ଡଲ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ତେବେ ଏହି ଭିଡ଼ିଓ ଏଲଓସି ନିକଟରେ କେରନ ସେକ୍ଟରର ହୋଇଥିବା ଜଣାପଡିଛି । ଭିଡ଼ିଓର କ୍ୟାପସନରେ ଲେଖାଯାଇଛି ଯେ, ପ୍ରବଳ ଥଣ୍ଡା ଓ ବରଫ ମଧ୍ୟରେ ବିଏସଏଫ୍ ଯବାନମାନେ ବିହୁର ଉତ୍ସବ ପାଳନ କରିଛନ୍ତି । ଏହି ସମୟରେ ବିଏସଏଫ୍ ଯବାନମାନେ ଡ୍ୟାନ୍ସ କରି ବିହୁ ପାଳନ କରିଛନ୍ତି । ଭିଡ଼ିଓରେ କିଛି ଯବାନ ଏକାସାଙ୍ଗରେ ସ୍ଲୋ ମୋଶନ ଡ୍ୟାନ୍ସ କରିବା ସହ ଏକ ପାରମ୍ପରିକ ଗୀତକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.