BSNL ଆଣିଲା ନୂଆ ପ୍ଲାନ, ମାତ୍ର ଏତିକି ଟଙ୍କାରେ ମିଳିବ 365ଦିନର ଭାଲିଡିଟି

BSNL 1 ବର୍ଷର ଭାଲିଡିଟି ପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି । ମାତ୍ର 1515 ଟଙ୍କାରେ 365 ଦିନର ଭାଲିଡିଟି ମିଳୁଛି ।

 ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ ଅର୍ଥାତ୍ BSNL ହେଉଛି ଭାରତର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ । BSNL ଏହାର ଶସ୍ତା ରିଚାର୍ଜ ଯୋଜନା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ।

BSNLର ଶସ୍ତା ରିଚାର୍ଜ ପ୍ଲାନ୍ ଦେଖି, ଅନେକ ଲୋକ ସେମାନଙ୍କର ନମ୍ବର BSNLରେ ପୋର୍ଟ ମଧ୍ୟ କରିଛନ୍ତି, ଯାହା ଦ୍ଵାରା ସେମାନେ କମ ଟଙ୍କାରେ ଅଧିକ ଲାଭ ପାଇପାରିବେ । ଏହାରି ଭିତରେ କମ୍ପାନୀ ଏମିତି କିଛି ପ୍ଲାନ ଆଣିଛି ଯାହାକି ୟୁଜର୍ସଙ୍କ ପସନ୍ଦ ଆସୁଥିବା ଦେଖାଯାଇଛି ।

BSNLର ବାର୍ଷିକ ପ୍ଲାନ-  BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରେ ପୋଷ୍ଟ କରି ଏକ ନୂତନ ରିଚାର୍ଜ ପ୍ଲାନ୍ ଘୋଷଣା କରିଛି । ଏହାର ଭାଲିଡିଟି ପୁରା ବର୍ଷେ ଅର୍ଥାତ୍ 365 ଦିନ ବୋଲି କୁହାଯାଇଛି । ଏହି BSNL ପ୍ଲାନର ମୂଲ୍ୟ କେବଳ 1515 ଟଙ୍କା ବୋଲି କୁହାଯାଇଛି ।

BSNLର 1515 ଟଙ୍କିଆ ପ୍ଲାନ- BSNLର 1515 ଟଙ୍କାର ରିଚାର୍ଜ ପ୍ଲାନର ବୈଧତା ସମ୍ପୂର୍ଣ୍ଣ 365 ଦିନ । ଥରେ ରିଚାର୍ଜ କଲେ ଉପଭୋକ୍ତାଙ୍କୁ 1 ବର୍ଷ ପାଇଁ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । BSNLର ଏହି ପ୍ଲାନରେ ଉପଭୋକ୍ତା କେବଳ ଡାଟାର ଲାଭ ପାଇବେ ।

ଏହି ପ୍ଲାନରେ ଉପଭୋକ୍ତା ସାରା ବର୍ଷ ପାଇଁ ଦୈନିକ 2GB ହାଇ ସ୍ପିଡ୍ ଡାଟାର ଲାଭ ପାଇପାରିବେ । ଡାଟା ସୀମା ଶେଷ ହେବା ପରେ, ଉପଭୋକ୍ତାମାନେ 40kbps ସ୍ପିଡରେ ଅସୀମିତ ଡାଟା ମଧ୍ୟ ପାଇପାରିବେ । BSNLର ଏହି ପ୍ଲାନ କେବଳ ଡାଟା ପାଇଁ ରହିଛି । ଏଥିରେ ଏସଏମଏସ କିମ୍ବା କଲର ସୁବିଧା ନାହିଁ ।