fbpx

ଆଜି BSP ସୁପ୍ରିମୋ ମାୟାବତୀଙ୍କ ୬୮ତମ ଜନ୍ମଦିନ, ଫୋନ୍ କରି ଶୁଭେଚ୍ଛା ଦେଲେ ଯୋଗୀ ଆଦିତ୍ୟନାଥ

Advertisement

ଲକ୍ଷ୍ନୌ: ଆଜି ବହୁଜନ ସମାଜ ପାର୍ଟି(BSP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ୬୮ତମ ଜନ୍ମଦିନ । ଏହି ଶୁଭ ଅବସରରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏଥିମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାୟାବତୀଙ୍କୁ ଫୋନ୍ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ହାଲଚାଲ ବିଷୟରେ ପଚାରିଥିଲେ । ଏହା ବ୍ୟତୀତ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ବିଏସପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ! ଇଶ୍ୱରଙ୍କ ପାଖରେ ମୁଁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି ।’

ଏହା ସହ ଉତ୍ତରପ୍ରଦେଶର ଡେପୁ୍ୟଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆମ ପ୍ରେରଣାର ସ୍ରୋତ, ଅନୁଶାସନର ପରିଚୟ ଏବଂ ମୋ ଆଧାର ସ୍ତମ୍ଭ, ଆମ ସମସ୍ତଙ୍କ ଜନନାୟିକା ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦରଣୀୟ ଭଉଣୀ କୁମାରୀ ମାୟାବତୀଙ୍କୁ ୬୮ତମ ଜନ୍ମଦିନର ଅନେକ ଅନେକ ଶୁଭକାମନା । ଆପଣ ଦୀର୍ଘାୟୁ, ସୁସ୍ଥ ଏବଂ ପ୍ରସନ୍ନ ରୁହନ୍ତୁ ଏତିକି ଇଶ୍ୱରଙ୍କ ପାଖରେ ପ୍ରାର୍ଥନା ।’

Get real time updates directly on you device, subscribe now.