fbpx

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ ଘୋଷଣା; ମେଣ୍ଟରେ ଲଢିବନି BSP

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ବିଏସପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି । ଏହା ଏକାକି ନିର୍ବାଚନ ଲଢ଼ିବ ବୋଲି ମାୟାବତୀ କହିଛନ୍ତି । ବିଏସପି ମୁଖ୍ୟ କହିଛନ୍ତି, ସମାଜବାଦୀ ପାର୍ଟି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । ସେମାନେ କେବଳ ନିର୍ବାଚନକୁ ଏକ ହିନ୍ଦୁ-ମୁସଲମି ପ୍ରସଙ୍ଗ କରିବାକୁ ଚାହିଛନ୍ତି ।

୨୦୦୭ ପରି ୨୦୨୨ ବିଧାନସଭା ନିର୍ବାଚନରେ ମଧ୍ୟ ବିଏସପି ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସେ କହିଛନ୍ତି । ମାୟାବତୀ ମଧ୍ୟ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ଦ୍ୱାରା ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ଲୋକ ବିଶ୍ୱାସ କରିବେନି ବୋଲି ସେ କହିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୧୨ ଆସନରେ ଜିତିଥିଲା । ସପା ୪୭, ବସପା ୧୯ ଆସନରେ ଜିତିଥିବା ବେଳେ କଂଗ୍ରେସ ମାତ୍ର ୭ଟି ଆସନ ଜିତିଥିଲା ।

Get real time updates directly on you device, subscribe now.